ରାଜ୍ୟ

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦାନ କରି ଅପହଞ୍ଚ ଅଞ୍ଚଳରେ ପହଞ୍ଚିଥିଲେ। ଏହି ଗ୍ରାମରେ ମୋଟ ୧୮ ପରିବାର ବସବାସ କରୁଛନ୍ତି। ସେଥିମଧ୍ୟରୁ ୧୬ ପରିବାର ଆଦିବାସୀ ଏବଂ ୨ ପରିବାର ଓବିସି ସମ୍ପ୍ରଦାୟର। ଗ୍ରାମର ମୋଟ ଜନସଂଖ୍ୟା ୮୦ ଏବଂ ୧୮ ଛାତ୍ରୀଛାତ୍ର ରହିଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ଗ୍ରାମବାସୀଙ୍କ ସମସ୍ୟା ଶୁଣି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥିଲେ। ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ଜଙ୍ଗଲ ବିଭାଗ ସହ ଆଲୋଚନାକରି ରାସ୍ତା କରିବା, ସମସ୍ତ ଘରେ ସୋଲାର ଲାଇଟ ଲଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ଗ୍ରାମର ଶିଶୁମାନଙ୍କୁ ପାଠ ପଢ଼ାଇବା ପାଇଁ ୨ଜଣ ମହିଳାଙ୍କୁ ନିଜ ପାଖରୁ ମାସକୁ ୨୦୦୦ ଟଙ୍କା ଲେଖାଏଁ ଦେବା, ଛାତ୍ରୀଛାତ୍ରମାନଙ୍କୁ ପୁସ୍ତକ ଓ ଡ୍ରେସ ଯୋଗାଇ ଦେବା, ଗ୍ରାମର ବିକାଶ ପାଇଁ ୫ ଲକ୍ଷ ଟଙ୍କାରେ ଏକ କମ୍ୟୁନିଟି ହଲ୍‌ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପାହାଡ଼ ଚଢ଼ିବା କାର୍ଯ୍ୟକ୍ରମରେ ଖଡ଼ିଆଳ ଜଙ୍ଗଲ ବିଭାଗ ଏସିଏଫ୍‌ ପ୍ରସନ୍ନଜିତ ନାଏକ, ଖଡ଼ିଆଳ ବିଡିଓ ମିଲନ କୁମାର ଝାଙ୍କର, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଆଦିବାସୀ ନେତା ଘାସିରାମ ମାଝୀ, ଅବସରପ୍ରାପ୍ତ ଏସିଏଫ୍‌ ଜୟରାମ ଶବରଙ୍କ ସମେତ ଜଙ୍ଗଲ ବିଭାଗ ଅଧିକାରୀ ଓ ମନୋଜ ଶୁନାନୀ, ପ୍ରଦୀପ ଧିଣ୍ଡିଆ, ସାନ ଜଗତ, ଟିଟୁ ପାଣ୍ଡେ, ସୁବାଷ ବଘେଲ ପହଞ୍ଚିଥିଲେ।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button