ରାଜ୍ୟ

Ratna Bhandar Inventory: ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି, ସମ୍ପୂର୍ଣ୍ଣ କାର୍ଯ୍ୟର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ 3D ମ୍ୟାପିଂ କରାଯିବ

ପୁରୀ,୩୧/୦୮: ଆଜିଠୁ ଦୁଇ ଦିନ  ଧରି ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ ଅଳଙ୍କାର  ଗଣତିମଣତି । ରାଜ୍ୟ ସରକାରଙ୍କ ଦ୍ୱାରା  ଅନୁମୋଦିତ ବ୍ୟବସ୍ଥାବଳୀ (ଏସ୍‌ଓପି) କୁ ଏହି ସମୟରେ ପାଳନ କରାଯିବ ।  ଗଣତିମଣତି ସମୟରେ କୌଣସି  ପରିସ୍ଥିତିରେ ମହାପ୍ରଭୁଙ୍କ ନୀତିକାନ୍ତି  ପ୍ରଭାବିତ ନହେବାକୁ ବିଶେଷ ଗୁରୁତ୍ୱ  ଦିଆଯିବ । ରତ୍ନଭଣ୍ଡାର ଗଣତିମଣତି  ନିମନ୍ତେ ଶ୍ରଦ୍ଧାଳୁଙ୍କ ଦର୍ଶନ ସମୟ ସ୍ୱଳ୍ପ  ହୋଇପାରେ । ଏହି ସମୟରେ ଶ୍ରଦ୍ଧାଳୁଙ୍କୁ  କେବଳ ବାହାର କାଠ ଠାରୁ ଦର୍ଶନ ସୁବିଧା  ମିଳିବ । ତେଣୁ ପୂର୍ବବତ୍‌ ଏହି କାର୍ଯ୍ୟରେ  ସମସ୍ତ ସେବକ ଓ ଶ୍ରଦ୍ଧାଳୁ ଭକ୍ତଙ୍କର  ସହଯୋଗ ଓ ସହାୟତା କାମନା କରିଛି  ଶ୍ରୀମନ୍ଦିର ପ୍ରଶାସନ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଅନ୍ତର୍ଗତ  ଚଳନ୍ତି ଭଣ୍ଡାର ଗଣତି ସରିଥିବା ବେଳେ  ବାହାର ଭଣ୍ଡାର ଗଣତିମଣତି ପ୍ରାୟ  ଶେଷ । ପରେ ଭିତର ରତ୍ନଭଣ୍ଡାରରେ  ଥିବା ରତ୍ନ ଅଳଙ୍କାର ଆଦିର ଗଣତିମଣତି  କରାଯାଉଛି । ରତ୍ନଭଣ୍ଡାର ଉଚ୍ଚସ୍ତରୀୟ  ତଦାରଖ ଦଳଙ୍କ ତତ୍ତ୍ୱାବଧାନରେ  ଗଣତିମଣତିରେ ଆର୍‌ବିଆଇର ବିଶେଷଜ୍ଞ,  ଜେମୋଲୋଜିଷ୍ଟ, ଫଟୋଗ୍ରାଫର ପ୍ରମୁଖ  ନିୟୋଜିତ ହେବେ । ଗଣତି ପ୍ରକ୍ରିୟା  ସମୟରେ ସମ୍ପୂର୍ଣ୍ଣ କାର୍ଯ୍ୟର ଭିଡିଓଗ୍ରାଫି,  ଫଟୋଗ୍ରାଫି ଓ ୩ଡି ମ୍ୟାପିଂ କରାଯିବ । ସମସ୍ତ ରତ୍ନଅଳଙ୍କାରକୁ ଦୁଇ ତିନି ପରସ୍ତ ଘୋଡ଼ାଇ ସିନ୍ଦୁକ ଭିତରେ ସୁରକ୍ଷିତ  ରଖାଯିବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button