Kiara Advani: କିଆରାଙ୍କ ହାତରେ ଆଉ ଏକ ବଡ଼ ପ୍ରୋଜେକ୍ଟ, ‘କୀ ଆଣ୍ଡ କା-୨’ରେ ଆସିବେ ନଜର !

ନୂଆଦିଲ୍ଲୀ, ୩୧/୦୮: ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନି ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଟକ୍ସିକ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ମଧ୍ୟରେ ତାଙ୍କ ହାତକୁ ଆଉ ଏକ ବଡ଼ ପ୍ରୋଜେକ୍ଟ ଆସିଥିବା ଚର୍ଚ୍ଚା ହେଉଛି। କିଆରା ଖୁବ୍ଶୀଘ୍ର ‘କୀ ଆଣ୍ଡ କା-୨’ରେ ନଜର ଆସିପାରନ୍ତି।
ରିପୋର୍ଟ ଅନୁଯାୟୀ, ୨୦୧୬ରେ ରିଲିଜ୍ ହୋଇଥିବା ରୋମାଣ୍ଟିକ୍ କମେଡି ଫିଲ୍ମ ‘କୀ ଆଣ୍ଡ କା’ର ସିକ୍ୱେଲ୍ ପାଇଁ ନିର୍ମାତାମାନେ କିଆରା ଆଡଭାନିଙ୍କ ସହ ଯୋଗାଯୋଗ କରିଛନ୍ତି। ଅଭିନେତ୍ରୀ ମଧ୍ୟ ଏହି ପ୍ରୋଜେକ୍ଟ ପ୍ରତି ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। ତେବେ ଏଯାଏ କିଆରା ଏହି ଫିଲ୍ମ ପାଇଁ ଆନୁଷ୍ଠାନିକ ଭାବେ ଚୁକ୍ତିବଦ୍ଧ ହୋଇନଥିବା କୁହାଯାଉଛି।
ସୂଚନା ଅନୁସାରେ, ‘କୀ ଆଣ୍ଡ କା-୨’ ବର୍ତ୍ତମାନ ପ୍ରି-ପ୍ରଡକ୍ସନ୍ ପର୍ଯ୍ୟାୟରେ ରହିଛି। ଫିଲ୍ମର କାଷ୍ଟିଂ ଓ ଅନ୍ୟାନ୍ୟ ପ୍ରସ୍ତୁତି ନେଇ ଆଲୋଚନା ଜାରି ରହିଛି। ସବୁକିଛି ଯୋଜନା ଅନୁଯାୟୀ ହେଲେ ଚଳିତବର୍ଷ ଶେଷ ସୁଦ୍ଧା ଫିଲ୍ମର ସୁଟିଂ ଆରମ୍ଭ ହୋଇପାରେ। ଉଲ୍ଲେଖଯୋଗ୍ୟ, ୨୦୧୬ରେ ରିଲିଜ୍ ହୋଇଥିବା ‘କୀ ଆଣ୍ଡ କା’ରେ କରୀନା କପୁର ଖାନ୍ ଓ ଅର୍ଜୁନ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମର କାହାଣୀରେ ଲିଙ୍ଗଗତ ଭୂମିକା ଓ ସମ୍ପର୍କକୁ ନେଇ ଏକ ଭିନ୍ନ ଦୃଷ୍ଟିକୋଣ ଦେଖିବାକୁ ମିଳିଥିଲା।
ସୌଜନ୍ୟ ପ୍ରମେୟ




