V Sivagnanam: ନେପାଳ ବନ୍ୟାରେ ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଭି. ଶିବଜ୍ଞାନମ ନିଖୋଜ: ୪ ଦିନ ଧରି ପତ୍ତା ମିଳୁନି
ନେପାଳରେ ହୋଇଥିବା ଭୟଙ୍କର ବନ୍ୟାରେ ଭାରତର ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏବଂ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଜଷ୍ଟିସ ଭି. ଶିବଜ୍ଞାନମ।

କାଠମାଣ୍ଡୁ:ନେପାଳରେ ହୋଇଥିବା ଭୟଙ୍କର ବନ୍ୟାରେ ଭାରତର ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ମାଡ୍ରାସ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଏବଂ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଜଷ୍ଟିସ ଭି. ଶିବଜ୍ଞାନମ। ନେପାଳ ମହା ଜଳପ୍ରଳୟରେ ଏପର୍ଯ୍ୟନ୍ତ ୯୦୫ ଜଣଙ୍କ ଜୀବନ ଯାଇଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ନେପାଳରେ ହୋଇଥିବା ଭୟଙ୍କର ବନ୍ୟା ଏବଂ ଆକସ୍ମିକ ବନ୍ୟାରେ ଭି. ଶିବଜ୍ଞାନମ ନିଖୋଜ ଥିବା ଜଣାପଡ଼ିଛି। ଦିଲ୍ଲୀ ତାମିଲ ଆଇନଜୀବୀ ସଂଘ ପକ୍ଷରୁ ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କୁ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଏବଂ ତାଙ୍କର ସନ୍ଧାନ ତଥା ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ କେନ୍ଦ୍ର ସରକାର ଏବଂ ସମ୍ପୃକ୍ତ ଏଜେନ୍ସିଗୁଡ଼ିକର ସାହାଯ୍ୟ ଲୋଡ଼ିବାକୁ ନିବେଦନ କରାଯାଇଛି। ସଂଘ ଅନୁଯାୟୀ, ଜଷ୍ଟିସ୍ ଶିବଜ୍ଞାନମ ତାମିଲ ତୀର୍ଥଯାତ୍ରୀଙ୍କର ଏକ ଦଳ ସହିତ ନେପାଳ ଯାଇଥିଲେ ଏବଂ ଅଗଷ୍ଟ ୨୬ ତାରିଖ ସକାଳେ ତାଙ୍କ ପତ୍ନୀଙ୍କ ସହ ହ୍ୱାଟସଆପରେ କଥା ହୋଇଥିଲେ। ଏହା ପରେ ତାଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇନଥିଲା।
ତାଙ୍କ ସମ୍ପର୍କରେ କୌଣସି ସରକାରୀ ସୂଚନା ନାହିଁ
ପରିବାର ସଦସ୍ୟ ଅନ୍ୟ ଏକ ବସ୍ର ଯାତ୍ରୀମାନଙ୍କଠାରୁ ଜାଣିବାକୁ ପାଇଛନ୍ତି ଯେ, ଜଷ୍ଟିସ୍ ଶିବଜ୍ଞାନମ ଯେଉଁ ବସ୍ରେ ଯାତ୍ରା କରୁଥିଲେ ତାହା ସେମାନଙ୍କ ବସ୍ଠାରୁ ପ୍ରାୟ ୧୦୦ରୁ ୨୦୦ ମିଟର ଦୂରରେ ଟିମୁରରେ ଥିବା ଏପିଏଫ୍ ନେପାଳ ସୀମା ଆଉଟପୋଷ୍ଟ ନିକଟରେ ଥିଲା। ସେବେଠାରୁ ତାଙ୍କ ସମ୍ପର୍କରେ କୌଣସି ସରକାରୀ ସୂଚନା ମିଳିନାହିଁ।
ସୌଜନ୍ୟ ସମ୍ବାଦ




