Horoscope 2026 September 01: ଜାଣନ୍ତୁ ଆଜିର ରାଶିଫଳ…
ନିଜ କାମରେ ଅନ୍ୟମାନଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ। ସକାରାତ୍ମକ ଭାବନା ଆପଣଙ୍କ ଲାଗି ହିତକର ସାବ୍ୟସ୍ତ ହେବ। ଜୀବନସାଥୀ ସହିତ ମଧୁରତା ବଜାୟ ରହିବ। ବିଜ୍ଞାନ ଛାତ୍ର ସଫଳତା ପାଇବେ। ବୟୋଜ୍ୟେଷ୍ଠ ବା ବରିଷ୍ଠ ବ୍ୟକ୍ତି ଆପଣଙ୍କୁ ଠିକ୍ ପରାମର୍ଶ ଦେବେ।

ମେଷ: ନିଜ କାମରେ ଅନ୍ୟମାନଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ। ସକାରାତ୍ମକ ଭାବନା ଆପଣଙ୍କ ଲାଗି ହିତକର ସାବ୍ୟସ୍ତ ହେବ। ଜୀବନସାଥୀ ସହିତ ମଧୁରତା ବଜାୟ ରହିବ। ବିଜ୍ଞାନ ଛାତ୍ର ସଫଳତା ପାଇବେ।
ବୃଷ: ବୟୋଜ୍ୟେଷ୍ଠ ବା ବରିଷ୍ଠ ବ୍ୟକ୍ତି ଆପଣଙ୍କୁ ଠିକ୍ ପରାମର୍ଶ ଦେବେ। ଅନ୍ୟମାନଙ୍କ କଥା ବୁଝିବା ଲାଗି ମନସ୍ଥ କରି ଚାଲନ୍ତୁ। ଜୀବନସାଥୀ ଆପଣଙ୍କ କାମରେ ସହଯୋଗ କରିବେ। ଆର୍ଥିକ ସ୍ଥିତି ଭଲ ରହିବ।
ମିଥୁନ: ଅଫିସରେ କାମ ଅଧିକ ରହିବ। ବଦଳି ବା ପଦୋନ୍ନତି ପାଇଁ କାହାରି ସହିତ କଥା ହେବେ। ଗୃହସ୍ଥ ଜୀବନରେ ଦାୟିତ୍ବ ତୁଲାଇବେ। ଖାଦ୍ୟପାନୀୟ ପ୍ରତି ନିୟନ୍ତ୍ରଣ ରଖନ୍ତୁ। ରାଜନୀତିରେ ସଫଳତା ପାଇବେ।
କର୍କଟ: ବ୍ୟବହାରରେ ବିନମ୍ରତା ଆପଣଙ୍କୁ ସଫଳତା ଆଣିଦେବ। ରୋଜଗାରର ନୂଆ ଉପଲବ୍ଧି ମିଳିବାର ଯୋଗ ଅଛି। ଆପଣଙ୍କର ପାରିବାରିକ ଦାୟତ୍ବ ବୃଦ୍ଧି ହେବ। ବ୍ୟବସାୟରେ ଆପଣଙ୍କୁ ଲାଭ ହୋଇପାରେ।
ସିଂହ: ବ୍ୟବସାୟରେ ଏବେ ଗତିବିଧି ସୁଚାରୁରୂପେ ଚାଲିବ। ଆପଣଙ୍କର ସାକ୍ଷାତ କୌଣସି ଅଜଣା ଲୋକଙ୍କ ସହିତ ହେବ। ଭବିଷ୍ୟତରେ ସିଏ ଆପଣଙ୍କ ଲାଗି ଲାଭପ୍ରଦ ହେବେ। ଅଫିସ କାମରେ ବ୍ୟସ୍ତ ରହିବେ।
କନ୍ୟା: ନିଜ କାମରେ ଅଧିକ ଧ୍ୟାନ ଦିଅନ୍ତୁ। ଅଫିସର ବନ୍ଧୁ ସହିତ ବୁଲି ଯିବାର ଯୋଜନା କରିବେ। ଭାବିଥିବା କାମର ଲାଭ ହେବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ଛାତ୍ର କିଛି ନୂଆ ଶିଖିବାକୁ ପାଇବେ।
ତୁଳା: ପରିବାରରେ ଆପଣଙ୍କର ଭଲ କାମ ପାଇଁ ପ୍ରଶଂସା ହେବ। ଆପଣଙ୍କ ପାଖରେ ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଭଲ ମଉକା ହେବ। ପୂର୍ବରୁ ଯେଉଁ ଲୋକଙ୍କର ସାହାଯ୍ୟ କରିଥିଲେ ସେ ଆଜି କାମରେ ଆସିବେ।
ବିଛା: ଆଳସ୍ୟ ତ୍ୟାଗ କରି କାମରେ ମନ ଲଗାନ୍ତୁ। ଦାମ୍ପତ୍ୟ ଜୀବନରେ ଭଲ ସାମଞ୍ଜସ୍ୟ ରହିବ। ବ୍ୟବସାୟ ବଢ଼ାଇବାର ଯୋଜନା କରିବା ପାଇଁ ଭଲ ଦିନଟିଏ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ଧନୁ: ଭାବିଥିବା କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ମାନସିକ ଅଶାନ୍ତି ଦୂର କରିବା ପାଇଁ ଉପାୟ ପାଇବେ। ଛାତ୍ରଛାତ୍ରୀ ପାଠପଢ଼ାକୁ ନେଇ ଉତ୍ସାହିତ ରହିବେ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବେ।
ମକର: ଦାୟିତ୍ବକୁ ଭଲଭାବେ ତୁଲାଇବାରେ ସଫଳ ହେବେ। ଆପଣଙ୍କୁ କୌଣସି ସମସ୍ୟାର ସମାଧାନ ମିଳିପାରେ। ପ୍ରତ୍ୟେକ ମାମଲାରେ ସକାରାତ୍ମକ ରହିବାକୁ ହେବ। ଫାଲତୁ ଖର୍ଚ୍ଚ କମ୍ ହୋଇପାରେ।
କୁମ୍ଭ: ଆପଣ ଧାର୍ମିକ ଗତିବିଧିରେ ସାମିଲ ହୋଇପାରନ୍ତି। ଜରୁରୀ କାମରେ ଜ୍ଞାନୀ ବ୍ୟକ୍ତିଙ୍କ ସହିତ ବିଚାର କରିବେ। କୋର୍ଟ କଚେରି ମାମଲାଠୁ ଦୂରରେ ରହନ୍ତୁ। ପରିବାରରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ।
ମୀନ: ଶାନ୍ତିରେ କାମଧନ୍ଦା ସମାପ୍ତ କରିବାକୁ ଚେଷ୍ଟା କରନ୍ତୁ। ଅନ୍ୟମାନଙ୍କୁ ବୁଝିବାରେ ବହୁ ପରିମାଣର ସଫଳତା ପାଇବେ। ପରିବାର କାମରେ ଅର୍ଥ ଲଗାଇ ପାରନ୍ତି। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ।
ସୌଜନ୍ୟ ସମ୍ବାଦ




