ମହାନଗର
Nandankanan: ନନ୍ଦନକାନନକୁ ଆସିବ ‘ବେନେଟ୍ସ ୱାଲାବି’: ଦକ୍ଷିଣ ଆଫ୍ରିକାରୁ ଆସିବ ଚିତାବାଘ, ଡିଜିଏଫ୍ଟି ଅନୁମତିକୁ ଅପେକ୍ଷା ସମୀକ୍ଷା କଲେ ଜଙ୍ଗଲ ମନ୍ତ୍ରୀ
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଯୋଡ଼ିହେବ ଆଉ ଏକ ଆକର୍ଷଣୀୟ ବନ୍ୟପ୍ରାଣୀ। ଖୁବ୍ଶୀଘ୍ର ଏଠାକୁ ଅଷ୍ଟ୍ରେଲିଆର ‘ବେନେଟ୍ସ ୱାଲାବି’ ଆଣିବା ଦିଗରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିଛନ୍ତି।

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଯୋଡ଼ିହେବ ଆଉ ଏକ ଆକର୍ଷଣୀୟ ବନ୍ୟପ୍ରାଣୀ। ଖୁବ୍ଶୀଘ୍ର ଏଠାକୁ ଅଷ୍ଟ୍ରେଲିଆର ‘ବେନେଟ୍ସ ୱାଲାବି’ ଆଣିବା ଦିଗରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହେବା ସହ କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ(ସିଜେଡ୍ଏ)କୁ ପ୍ରସ୍ତାବ ପଠାଯାଇଛି। ସେଠାରୁ ଅନୁମତି ମିଳିବା କ୍ଷଣି ଏଠାକୁ ବେନେଟ୍ସ ୱାଲାବି ଆଣାଯିବ। ଏହି ପ୍ରଜାତିର ବନ୍ୟପ୍ରାଣୀ ଏବେ ଡେରାଡୁନ୍, ନୈନିତାଲ ଚିଡିଆଖାନାରେ ଅଛନ୍ତି। ଏହି ଆକର୍ଷଣୀୟ ପ୍ରାଣୀ ଅଷ୍ଟ୍ରେଲିଆର ସ୍ଥାନୀୟ ପ୍ରଜାତିର। ଏମାନଙ୍କ ପଛ ଗୋଡ଼ ବେଶ ଶକ୍ତିଶାଳୀ। ଦ୍ରୁତ ଗତିରେ ଡେଇଁବାର କ୍ଷମତା ରଖୁଥିବା ଏହି ବନ୍ୟପ୍ରାଣୀ ଶାନ୍ତ ସ୍ୱଭାବ ପାଇଁ ବେଶ୍ ପରିଚିତ। କଙ୍ଗାରୁ ପରିବାରର ଏହି ପ୍ରାଣୀ ଆକାରରେ କଙ୍ଗାରୁଠାରୁ ବହୁତ ଛୋଟ ହୋଇଥିବାବେଳେ ଏହାର ଚଳପ୍ରଚଳନ ଓ ଡେଇଁବା ଶୈଳୀ ଦର୍ଶକଙ୍କୁ ଆକର୍ଷିତ କରିବ।
ସୌଜନ୍ୟ ସମ୍ବାଦ




