ମହାନଗର

Capital Hospital: ବନ୍ଦହେବ କ୍ୟାପିଟାଲ ହସ୍ପିଟାଲ ନିକଟସ୍ଥ ପଛ ରାସ୍ତା

କ୍ୟାପିଟାଲ ହସ୍ପିଟାଲର ଓ ଶଙ୍ଖ ଭବନ ମଧ୍ୟ ଦେଇ ଯାଇଥିବା ରାସ୍ତାକୁ ବନ୍ଦ କରାଯିବ। ଏହି ରାସ୍ତାକୁ ବନ୍ଦ କରିବାକୁ କ୍ୟାପିଟାଲ ହସ୍ପିଟାଲର ପିଜି ଇନଷ୍ଟିଚ୍ୟୁଟ ପକ୍ଷରୁ ଗେଟ୍‌ ନିର୍ମାଣ ସରିଛି।

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲର ଓ ଶଙ୍ଖ ଭବନ ମଧ୍ୟ ଦେଇ ଯାଇଥିବା ରାସ୍ତାକୁ ବନ୍ଦ କରାଯିବ। ଏହି ରାସ୍ତାକୁ ବନ୍ଦ କରିବାକୁ କ୍ୟାପିଟାଲ ହସ୍ପିଟାଲର ପିଜି ଇନଷ୍ଟିଚ୍ୟୁଟ ପକ୍ଷରୁ ଗେଟ୍‌ ନିର୍ମାଣ ସରିଛି। ପିଜିଆଇର ନୂତନ ବିଲ୍ଡିଂ ଓ ହଷ୍ଟେଲର ଉଦ୍‌ଘାଟନ ପରେ ଏହି ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ଜଣାପଡ଼ିଛି। ପିଜି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ସୂଚନା ଅନୁସାରେ ଏହି ରାସ୍ତା ଆଇଏମ୍‌ଏ ଭବନ ସହିତ ଓମ୍‌ସା ଭବନ ଓ କ୍ୟାପିଟାଲ ହସ୍ପିଟାଲର ପୋଷ୍ଟମଟର୍ମ ଗୃହକୁ ମଧ୍ୟ ସଂଯୋଗ କରୁଛି। ଏହାସହିତ ଚକ୍ଷୁ ବିଭାଗ ଓ ହୃଦ‌ରୋଗ ବିଭାଗ ଆସୁଥିବା ରୋଗୀମାନେ ଏହି ରାସ୍ତା ଦେଇ ବିଭାଗକୁ ଯାଇଥାନ୍ତି। କ୍ୟାପିଟାଲ ହସ୍ପିଟାଲ ପଛରେ ଥିବା ବସ୍ତିକୁ ମଧ୍ୟ ଏହି ରାସ୍ତା ସଂଯୋଗ କରିଥାଏ। ଶଙ୍ଖ ଭବନକୁ ଆସୁଥିବା ଲୋକମାନେ ମଧ୍ୟ ପଛ ଗେଟ୍‌ରେ ପ୍ରବେଶ ପାଇଁ ତଥା କ୍ୟାଣ୍ଟିନକୁ ଯିବା ପାଇଁ ଏହି ରାସ୍ତାକୁ ବ୍ୟବହାର କରିଥାନ୍ତି।  କିନ୍ତୁ ହସ୍ପିଟାଲ ଓ ପିଜିଆଇ ବିଲ୍ଡିଂ ମଧ୍ୟରେ ଥିବା ଏହି ରାସ୍ତାକୁ ‌କେବଳ ପିଜି ଛାତ୍ରଛାତ୍ରୀଙ୍କ ବ୍ୟବହାର ପାଇଁ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ତେଣୁ ଉଭୟ ପାର୍ଶ୍ବରେ ‌ଗେଟ୍‌ ଲଗାଯାଇ ରାସ୍ତା ବନ୍ଦ କରିଦିଆଯିବ ବୋଲି ଜଣାପଡ଼ିଛି।

ଏନେଇ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ଯେ ପିଜିଆଇ ବିଲ୍ଡିଂ ଓ ହଷ୍ଟେଲ ଉଦ୍‌ଘାଟନ ହେବା ପରେ ଏହି ରାସ୍ତା ଦେଇ ଛାତ୍ରଛାତ୍ରୀମାନେ ଯିବାଆସିବା କରିବେ। ରାତିଅଧରେ କିମ୍ବା ଜରୁରୀକାଳୀନ ସମୟରେ  ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ରାସ୍ତାକୁ ବ୍ଲକ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ‌କେବଳ ରାତି ସମୟରେ ଏହି ରାସ୍ତା ବନ୍ଦ ହେବ, ଦିନ ବେଳା ଏହା ଖୋଲା ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button