Fake Currency: ବ୍ୟାଙ୍କରେ ୭ କୋଟି ଟଙ୍କାର ନକଲି ନୋଟ୍ ପାହାଡ଼ ! ୪.୩୬ ଲକ୍ଷ ଟଙ୍କା ଗାଏବ, ୪ ଅଫିସର୍ ସସ୍ପେଣ୍ଡ

ନୂଆଦିଲ୍ଲୀ,୦୧/୦୯; ଟଙ୍କା ସୁରକ୍ଷିତ ରଖିବାର ସ୍ଥାନ ହେଉଛି ବ୍ୟାଙ୍କ । ଲୋକମାନେ ସେମାନଙ୍କ ଜୀବନ ଯାକର ପୁଞ୍ଜି ବ୍ୟାଙ୍କରେ ରଖନ୍ତି । କିନ୍ତୁ ସେହି ବ୍ୟାଙ୍କରେ ଯଦି ଦୁର୍ନୀତି ମାମଲା ସାମ୍ନାକୁ ଆସେ ତେବେ ଲୋକେ କାହାକା ଭରସା କରିବେ । ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମ୍ନାକୁ ଆସିଛି । ୟୁପି ସାହାରନପୁରସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସୋଫିଆ ମାର୍କେଟ କରେନ୍ସି ଟେଷ୍ଟରୁ ହୋଇଥିବା ଅଡିଟରେ ୭.୪୦ କୋଟି ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ଏହା ପୂର୍ବରୁ ଅଗଷ୍ଟ ୧୦-୧୧ ବେଳକୁ ବ୍ୟାଙ୍କରୁ ଆରବିଆରକୁ ପଠାଯାଇଥିବା ରାଶିରେ ୪.୩୬ ଲକ୍ଷ ଟଙ୍କା କମ୍ ଥିବା ଜଣାପଡିଥିଲା । ତଦନ୍ତକାରୀ ଟିମ୍ ଏବଂ ବ୍ୟାଙ୍କ ମ୍ୟାନେଜମେଣ୍ଟ ଦ୍ୱାରା ଗଠିତ ବରିଷ୍ଠ ଅଧିକାରୀଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏଫଆଇଆର ରୁଜୁ କରି ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ନୋଡାଲ୍ ଅଫିସରଙ୍କ ଅଭିଯୋଗ ପରେ ପୁଲିସ୍ ବ୍ୟାଙ୍କ ପୁରା ଟ୍ରାଏଲ ଏବଂ ସିସିଟିଭି ଫୁଟେଜ ତଦନ୍ତ କରୁଛି ।
କିପରି ସାମ୍ନାକୁ ଆସିଲା ମାମଲା- ଆରବିଆଇକୁ ପଠାଯାଇଥିବା ମୁଦ୍ରା ମେଳକ ହେବା ସହିତ ମାମଲା ଆରମ୍ଭ ହୋଇଥିଲା । ପିଏନପିର ମୁଖ୍ୟ ପ୍ରବନ୍ଧକ ନିଶା ସିଂହଙ୍କ କହିବା ଅନୁଯାୟୀ, ଅଗଷ୍ଟ ୧୦-୧୧ ମଧ୍ୟରେ ଆରବିଆଇକୁ ପଠାଯାଇଥିବା ପରିମାଣରେ ୪.୩୬ ଲକ୍ଷ ଟଙ୍କା କମ୍ ଥିବା ଜଣାପଡିଥିଲା । ଏହା ପରେ ବ୍ୟାଙ୍କ ସ୍ତରରେ ଏକ ତଦନ୍ତକାରୀ ଦଳ ଗଠନ କରାଯାଇଥିଲା । ତଦନ୍ତ ସମୟରେ ଏକ ବଡ଼ ଧରଣର ଖୁଲାସା ହୋଇଥିଲା ଯେ, ଟ୍ରେଜେରି ଭିତରେ ପ୍ରାୟ ୭.୪୦ କୋଟି ଟଙ୍କାର ନକଲି ନୋଟ୍ ରହିଛି ।
ସୌଜନ୍ୟ ପ୍ରମେୟ




