ଦେଶ ବିଦେଶ

Pakistan: ଏସ୍‌ସିଓ ଗ୍ରୁପ୍‌ ଫଟୋରୁ ମୋଦୀଙ୍କୁ ବାଦ୍‌ ଦେଲା ପାକିସ୍ତାନ; ସୋସିଆଲ ମିଡିଆରେ ଚର୍ଚ୍ଚା

କିର୍ଗିସ୍ତାନର ରାଜଧାନୀ ବିଶକେକ୍‌ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀର ଏକ ଗ୍ରୁପ୍‌ ଫଟୋକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ନୂଆ ବିବାଦ ଦେଖାଦେଇଛି।

ନୂଆଦିଲ୍ଲୀ: କିର୍ଗିସ୍ତାନର ରାଜଧାନୀ ବିଶକେକ୍‌ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀର ଏକ ଗ୍ରୁପ୍‌ ଫଟୋକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ସେୟାର କରାଯାଇଥିବା ଫଟୋରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫଟୋରୁ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାର କିଛି ସମୟ ପରେ ଭାରତ ପକ୍ଷରୁ ସମ୍ପୂର୍ଣ୍ଣ ଗ୍ରୁପ୍‌ ଫଟୋ ସେୟାର କରାଯାଇଛି।

ଏସ୍‌ସିଓ ଶିଖର ସମ୍ମିଳନୀରେ ଯୋଗଦେଇଥିବା ନେତାମାନଙ୍କ ସହ ନିଆଯାଇଥିବା ଗ୍ରୁପ୍‌ ଫଟୋରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଫଟୋରେ ମୋଦୀଙ୍କ ଅଂଶକୁ କ୍ରପ୍‌ କରି ହଟାଇ ଦିଆଯାଇଥିଲା। ଏହା ପରେ ଫଟୋଟି ନେଇ ସୋସିଆଲ ମିଡିଆରେ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଥିଲା। ଭାରତ ପକ୍ଷରୁ ପ୍ରକାଶିତ ମୂଳ ଫଟୋରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ ଭାବେ ଦେଖାଯାଉଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button