Jal Shakti Ministry: ଜଳ ସୁରକ୍ଷା ବିଭାଗୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ ପ୍ରାୟ ୪ଟା ୩୦ ମିନିଟ୍ରେ ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନରେ ଜଳ ଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ଶିଖର ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଯୋଗଦେବେ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ ପ୍ରାୟ ୪ଟା ୩୦ ମିନିଟ୍ରେ ନୂଆଦିଲ୍ଲୀସ୍ଥିତ ସୁଷମା ସ୍ୱରାଜ ଭବନରେ ଜଳ ଶକ୍ତି ମନ୍ତ୍ରଣାଳୟର ବିଭାଗୀୟ ଶିଖର ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଯୋଗଦେବେ। ଏହି ଅବସରରେ ସେ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ ମଧ୍ୟ କରିବେ।
ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ ନେତୃତ୍ୱ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ପ୍ରମୁଖ ପ୍ରାଥମିକତା ଉପରେ ଆଲୋଚନା କରିବେ, ପ୍ରମୁଖ ପଦକ୍ଷେପ ଓ ଅଭିଜ୍ଞତା ବାଣ୍ଟିବେ, କାର୍ଯ୍ୟାନ୍ୱୟନରେ ଥିବା ଆହ୍ୱାନଗୁଡ଼ିକର ସମାଧାନ କରିବେ ଏବଂ ସମୟବଦ୍ଧ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବେ। ଜାତୀୟ ଲକ୍ଷ୍ୟଗୁଡ଼ିକ ପାଇଁ ସାମୂହିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ଏବଂ ଆଲୋଚନାର ଫଳାଫଳକୁ ଶାସନ ଓ ଜନସେବା ପ୍ରଦାନ କ୍ଷେତ୍ରରେ ମାପଯୋଗ୍ୟ ଉନ୍ନତିରେ ପରିଣତ କରିବା ଏହି ପଦକ୍ଷେପର ଲକ୍ଷ୍ୟ।
ଚାରୋଟି ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ ଦେବ
୧. ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ
୨. ଜଳ ସଞ୍ଚୟ ଜନ ଭାଗିଦାରୀ – କ୍ୟାଚ୍ ଦ ରେନ୍
୩. ପାନୀୟ ଜଳ ବ୍ୟବସ୍ଥାର ଜଳ ଉତ୍ସର ସ୍ଥାୟିତ୍ୱ
୪. ‘ଜଳ ଜୀବନ ମିଶନ ୨.୦’ ଅଧୀନରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଯୋଜନାର ପରିଚାଳନା ଓ ରକ୍ଷଣାବେକ୍ଷଣ
ଏହି ଆଲୋଚନାରୁ ଜଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା, ଜଳ ସଂରକ୍ଷଣରେ ଜନଭାଗିଦାରୀ ବଢ଼ାଇବା, ପାନୀୟ ଜଳ ଉତ୍ସର ସ୍ଥାୟିତ୍ୱ ସୁନିଶ୍ଚିତ କରିବା ଏବଂ ଗ୍ରାମୀଣ ପାନୀୟ ଜଳ ସେବାର ବିଶ୍ୱସନୀୟତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ପାଇଁ ବଳିଷ୍ଠ ଓ ସମୟବଦ୍ଧ ପଦକ୍ଷେପ ନିର୍ଦ୍ଧାରଣ ହେବ ବୋଲି ଆଶା କରାଯାଉଛି।
ସୌଜନ୍ୟ ସମ୍ବାଦ




