ରାଜ୍ୟ

Arrested: ବଡ଼ଧରଣର ବ୍ୟାଙ୍କ ଡକାୟତି ଉୟମ ପଣ୍ଡ; ମାରଣାସ୍ତ୍ର ସହ ଧରା ପଡ଼ିଲେ ୬ ଯୁବକ

ଯାଜପୁର ଜିଲ୍ଲା ବୈରୀ ପୁଲିସକୁ ମିଳିଛି ବଡ ସଫଳତା। ସୋମବାର ବିଳମ୍ବିତ ରାତିରେ ଅମରାବତୀ ପଡ଼ିଆରେ ଏକ ବଡ଼ ବ୍ୟାଙ୍କ ଡକାୟତି ଯୋଜନା କରୁଥିବା ୬ଜଣ ଯୁବକଙ୍କୁ କାବୁ କରିବା ସହ ବହୁ ମlରନାସ୍ତ୍ର ଜବତ କଲା ବୈରୀ ପୁଲିସ।

ଛତିଆ: ଯାଜପୁରଜିଲ୍ଲା ବୈରୀ ପୁଲିସକୁ ମିଳିଛି ବଡ ସଫଳତା। ସୋମବାର ବିଳମ୍ବିତ ରାତିରେ ଅମରାବତୀ ପଡ଼ିଆରେ ଏକ ବଡ଼ ବ୍ୟାଙ୍କ ଡକାୟତି ଯୋଜନା କରୁଥିବା ୬ଜଣ ଯୁବକଙ୍କୁ କାବୁ କରିବା ସହ ବହୁ ମlରନାସ୍ତ୍ର ଜବତ କଲା ବୈରୀ ପୁଲିସ। ଅଭିଯୁକ୍ତମାନେ ହେଲେ ମାହାଙ୍ଗା ଥାନା କଇଥା ଗୋଠମୁଂହ ପାଟଣା ଗ୍ରାମର ଗୋବିନ୍ଦ ନାୟକ (୨୬, ବୈରୀ ଥାନା ବିଦ୍ୟାଧରପୁରର ସୋନୁ ନାୟକ (୨୪), ମଣ୍ଟୁ ବେହେରା (୨୬), ନୟାପଟଣାର ସୁଦାମ ସାହୁ (୨୭), ବିଦ୍ୟଧରପୁରର ନିଗମ ବେହେରା (୧୯)ଓ ସୋଲର ଗ୍ରାମର କେଶବ ବେହେରା (୩୪)।

ବୈରୀ ପୁଲିସ ସୋମବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଅମରାବତୀ ପଡ଼ିଆରେ କେତେକ ଯୁବକ ବଡ଼ ଧରଣର ଡକାୟତି କରିବାକୁ ଯୋଜନା ସଂପର୍କିତ ସୂଚନା ପାଇଥିଲା। ଖବର ପାଇ ପୁଲିସ ଅତର୍କିତ ଭାବେ ସେଠାରେ ଚଢ଼ଉ କରିଥିଲା। ସଙ୍ଗେ ସଙ୍ଗେ ଥାନା ଅଧିକାରୀ ରଂଜିତ ମହାନ୍ତିଙ୍କ ସହ ବୈରୀ ଓ ଛତିଆ ବିଟ ହାଉସ୍‌ ପୁଲିସ ସତର୍କତା ସହ ପଡ଼ିଆ ଚାରିପଟକୁ ଘେରାଉ କରି ୫ଜଣକୁ କାବୁ କରିବା ସହ ଜଣେ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ସମୟରେ ପୁଲିସ କିଛି ଦୂରରୁ ତାକୁ ଧରିବା ସହ ୬ଜଣଙ୍କୁ ଗିରଫ କରି ଥାନାକୁ ନେଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button