ରାଜ୍ୟ

Education: ଇଗ୍ନୋରେ ନାମଲେଖା ସୁଯୋଗ; ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି

ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଜୁଲାଇ ୨୦୨୬ ଶିକ୍ଷା ସତ୍ର ପାଇଁ ନୂତନ ନାମଲେଖା ଓ ପୁନଃପଞ୍ଜିକରଣର ଅବଧି ଚଳିତ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଭିନ୍ନ କାରଣରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିବା...

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଜୁଲାଇ ୨୦୨୬ ଶିକ୍ଷା ସତ୍ର ପାଇଁ ନୂତନ ନାମଲେଖା ଓ ପୁନଃପଞ୍ଜିକରଣର ଅବଧି ଚଳିତ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଭିନ୍ନ କାରଣରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିବା କିମ୍ବା ଅଧାରୁ ଶିକ୍ଷା ଛାଡ଼ିଥିବା ବ୍ୟକ୍ତିଙ୍କ ସମେତ ସମସ୍ତ ବୟସର ଆଗ୍ରହୀ ଶିକ୍ଷାର୍ଥୀ ଏହି ସୁଯୋଗର ଲାଭ ଉଠାଇପାରିବେ। ଇଗ୍ନୋର ବିଭିନ୍ନ ପାଠ୍ୟକ୍ରମରେ ସ୍ନାତକ, ସ୍ନାତକୋତ୍ତର ଓ ପିଜି ଡିପ୍ଲୋମା ଆଦି ପ୍ରୋଗ୍ରାମରେ ନାମଲେଖା ଏବଂ ପୁନଃପଞ୍ଜିକରଣ କରାଯାଇପାରିବ। ପୁନଃପଞ୍ଜିକରଣ କରୁଥିବା ଶିକ୍ଷାର୍ଥୀଙ୍କୁ ନିର୍ଦ୍ଧାରିତ ଶୁଳ୍କ ସହିତ ଅତିରିକ୍ତ ୨୦୦ ଟଙ୍କା ବିଳମ୍ବ ଶୁଳ୍କ ପ୍ରଦାନ କରିବାକୁ ହେବ।

ସ୍ନାତକ ସ୍ତରର କଳା (ସାଧାରଣ), ବିଜ୍ଞାନ (ସାଧାରଣ) ଓ ବାଣିଜ୍ୟ (ସାଧାରଣ) ବିଭାଗରେ ନାମଲେଖା ଏବଂ ପୁନଃପଞ୍ଜିକରଣ କରୁଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଆବେଦକଙ୍କ ପାଇଁ ଶୁଳ୍କରେ ୫୦ ପ୍ରତିଶତ ଛାଡ଼ କରାଯାଇଛି। ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ,  ସେମାନେ ଇଗ୍ନୋ ପକ୍ଷରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେ ନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button