ରାଜ୍ୟ

Supreme Court: ଆଜି ସୁପ୍ରିମ୍‌କୋର୍ଟରେ ଡିଜିପି ନିଯୁକ୍ତିି ଶୁଣାଣି: ବାଟ ଫିଟିବ ନା ଲମ୍ବା ଆଇନଗତ ଲଢ଼େଇ ଚାଲିବ?

ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରକ୍ରିୟା ଉପରେ ସୁପ୍ରିମ୍‌କୋର୍ଟରେ ଶୁଣାଣି ହେବ। ପରବର୍ତ୍ତୀ ଡିଜିପି ଚୟନ ପାଇଁ ବାଟ ଫିଟିବ ନା ଆଇନଗତ ଲଢ଼େଇ ଲମ୍ବା ହେବ, ତାହା ସ୍ପଷ୍ଟ ହେବ।

ଭୁବନେଶ୍ବର: ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରକ୍ରିୟା ଉପରେ ସୁପ୍ରିମ୍‌କୋର୍ଟରେ ଶୁଣାଣି ହେବ। ପରବର୍ତ୍ତୀ ଡିଜିପି ଚୟନ ପାଇଁ ବାଟ ଫିଟିବ ନା ଆଇନଗତ ଲଢ଼େଇ ଲମ୍ବା ହେବ, ତାହା ସ୍ପଷ୍ଟ ହେବ। ଅନ୍ୟପକ୍ଷରେ ଶୁଣାଣିର ଦିନକ ଆଗରୁ ଡିଜିପି ଚୟନ ପ୍ରକ୍ରିୟାର ଆଉ ଏକ ରୋଚକ ଦିଗ ସାମନାକୁ ଆସିଛି। ଓଡ଼ିଶାର ପୁଲିସ ସବ୍‌ଇନ୍‌ସ୍ପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ତଦନ୍ତ ସ୍ଥିତି ବାବଦରେ ରାଜ୍ୟ ଗୃହ ବିଭାଗ ଓ ସିବିଆଇ ମଧ୍ୟରେ ପତ୍ରାଳାପ ଭାଇରାଲ୍‌ ହୋଇଛି। ଗତ ବର୍ଷ ଅକ୍ଟୋବରରେ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ହୋଇଛି।

ବାଟ ଫିଟିବ ନା ଲମ୍ବା ଆଇନଗତ ଲଢ଼େଇ ଚାଲିବ?
ସୁଶାନ୍ତ ନାଥଙ୍କ ସମ୍ପର୍କରେ ସରକାର-ସିବିଆଇ ପତ୍ରାଳାପକୁ ନେଇ ଚର୍ଚ୍ଚା ବଢ଼ିଲା

ପାଖାପାଖି ଏକ ବର୍ଷ ଭିତରେ ସିବିଆଇର ତଦନ୍ତ କେତେ ବାଟ ଆଗେଇଛି, ତାହାର ସୁରାକ କେହି ପାଉ ନାହାନ୍ତି। ଅଗଷ୍ଟ ୩ ତାରିଖରେ ରାଜ୍ୟ ଗୃହ ବିଭାଗ ସିବିଆଇକୁ ଚିଠି ଲେଖି ଏହି ମାମଲାର ତଦନ୍ତର ସ୍ଥିତି ସମ୍ପର୍କରେ ଜାଣିବାକୁ ଚାହିଛି। ଆଇପିଏସ୍‌ ସୁଶାନ୍ତ ନାଥ ତଦନ୍ତ ପରିସରରେ ଅଛନ୍ତି କି ନାହିଁ, ତାହା ଜଣାଇବାକୁ କୁହାଯାଇଛି। ରାଜ୍ୟ ସରକାରଙ୍କ ଚିଠି ପାଇବାର ଗୋଟିଏ ଦିନ ପରେ ଅର୍ଥାତ୍‌ ୪ ତାରିଖରେ ସିବିଆଇ ଉତ୍ତର ପଠାଇଛି। ଏଥିରେ ଦର୍ଶାଯାଇଛି ଯେ ପରୀକ୍ଷା ଦାୟିତ୍ବ ନେଇଥିବା ସଂସ୍ଥା ଆଇଟିଆଇ ଲିମିଟେଡ୍‌କୁ ଜେରା କରାଯିବ। ପରେ ସୁଶାନ୍ତ ନାଥଙ୍କୁ ଜେରା କରିବାର ଆବଶ୍ୟକତା ପଡ଼ିପାରେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button