ମହାନଗର

Crime: ପାର୍ବଣ ପୂର୍ବରୁ ମୁଣ୍ଡ ଟେକିଲେଣି ଗ୍ୟାଙ୍ଗ୍‌: ରାଜଧାନୀରେ ବଢ଼ୁଛି ସଂଗଠିତ ଅପରାଧ, ବସ୍ତିରେ ମାଡ଼ିଗଲାଣି ନିଶା କାରବାର

ରାଜଧାନୀରେ ପୁଣି ମୁଣ୍ଡ ଟେକିଲେଣି ବିଭିନ୍ନ ଗ୍ୟାଙ୍ଗ୍। ସେମାନଙ୍କ ଆପରାଧିକ କାର୍ଯ୍ୟକଳାପ ସହରବାସୀଙ୍କ ଭିତରେ ଆତଙ୍କ ଖେଳାଇଲାଣି। ଗତ କିଛି ମାସ ଭିତରେ ଭୁବନେଶ୍ବର ସହରରୁ ଯେଉଁ ଅଭିଯୁକ୍ତମାନେ ଆପରାଧିକ କାର୍ଯ୍ୟକଳାପରେ ଧରାପଡ଼ିଛନ୍ତି...

ରାଜଧାନୀରେ ପୁଣି ମୁଣ୍ଡ ଟେକିଲେଣି ବିଭିନ୍ନ ଗ୍ୟାଙ୍ଗ୍। ସେମାନଙ୍କ ଆପରାଧିକ କାର୍ଯ୍ୟକଳାପ ସହରବାସୀଙ୍କ ଭିତରେ ଆତଙ୍କ ଖେଳାଇଲାଣି। ଗତ କିଛି ମାସ ଭିତରେ ଭୁବନେଶ୍ବର ସହରରୁ ଯେଉଁ ଅଭିଯୁକ୍ତମାନେ ଆପରାଧିକ କାର୍ଯ୍ୟକଳାପରେ ଧରାପଡ଼ିଛନ୍ତି, ସେମାନଙ୍କ ଭିତରେ ଅନେକ ପୁରୁଣା ଗ୍ୟାଙ୍ଗ୍‌ର ସଦସ୍ୟ ଥିବା ଜଣାପଡ଼ିଛି। ସେମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ସେମାନେ ସମସ୍ତେ ଏବେ ବଟି ଆଦାୟ, ଲୁଟ୍, ଧମକ ଭଳି ଅପରାଧରେ ସକ୍ରିୟ ରହିଛନ୍ତି। ସେହିପରି କିଛି ଦୁର୍ଦ୍ଦାନ୍ତ ଅପରାଧୀ ପୂଜା ଆଳରେ ନିଜ ପୁରୁଣା ଗ୍ୟାଙ୍ଗକୁ ସଙ୍ଗଠିତ କରିବାରେ ଲାଗିଥିବା ପୁଲିସକୁ ସୂଚନାମିଳିଛି। ଏପରିକି କିଛି ଅପରାଧୀ ଜାମିନ୍‌ରେ ଆସି ହଣାକଟା, ଲୁଟ୍‌ପାଟ୍ ଘଟାଉଥିବା ବେଳେ ଆଉ କିଛି ନିଜ ଆପରାଧିକ ପୃଷ୍ଠଭୂମିକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରି ଦାଦାଗିରି ଦେଖାଉଛନ୍ତି। ତେବେ ପାର୍ବଣ ପୂର୍ବରୁ ରାଜଧାନୀକୁ ଅଶାନ୍ତ ହେବା ପଛରେ କଣ କାରଣ ରହୁଛି ତାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା…

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button