ଦେଶ ବିଦେଶ

Dengue cases: ଅଗଷ୍ଟରେ ଦିଲ୍ଲୀ ଡେଙ୍ଗୁ ମାମଲା ଦ୍ବିଗୁଣ

ଦିଲ୍ଲୀ ଚଳିତ ବର୍ଷ ସର୍ବାଧିକ ଡେଙ୍ଗୁ ମାମଲା ରେକର୍ଡ କରିଛି। ଦିଲ୍ଲୀ ପୌର ନିଗମ ରିପୋର୍ଟ ଅନୁଯାୟୀ, ଚଳିତ ମାସରେ ଦିଲ୍ଲୀରେ ୯୦ ଡେଙ୍ଗୁ ମାମଲା ଚିହ୍ନଟ ହୋଇଛି। ରିପୋର୍ଟରେ ମଧ୍ୟ ଅଗଷ୍ଟ ମାସରେ ଦିଲ୍ଲୀରେ ମ୍ୟାଲେରିଆ ଓ ଚିକୁନଗୁନିଆ ମାମଲା...

ନୂଆଦିଲ୍ଲୀ: ଦିଲ୍ଲୀ ଚଳିତ ବର୍ଷ ସର୍ବାଧିକ ଡେଙ୍ଗୁ ମାମଲା ରେକର୍ଡ କରିଛି। ଦିଲ୍ଲୀ ପୌର ନିଗମ ରିପୋର୍ଟ ଅନୁଯାୟୀ, ଚଳିତ ମାସରେ ଦିଲ୍ଲୀରେ ୯୦ ଡେଙ୍ଗୁ ମାମଲା ଚିହ୍ନଟ ହୋଇଛି। ରିପୋର୍ଟରେ ମଧ୍ୟ ଅଗଷ୍ଟ ମାସରେ ଦିଲ୍ଲୀରେ ମ୍ୟାଲେରିଆ ଓ ଚିକୁନଗୁନିଆ ମାମଲା ବଢ଼ିଥିବା ଦର୍ଶାଯାଇଛି।

ରିପୋର୍ଟ ଅନୁଯାୟୀ ଚଳିତବର୍ଷ ଅଗଷ୍ଟ ୨୯ ସୁଦ୍ଧା ଦିଲ୍ଲୀରେ ୩୧୧ ଡେଙ୍ଗୁ, ୧୧୯ ମ୍ୟାଲେରିଆ ଓ ୨୨ ଚିକୁନଗୁନିଆ ମାମଲା ଚିହ୍ନଟ ହୋଇଛି। ତେବେ ଉକ୍ତ ୩ଟି ରୋଗରେ କାହାର ମୃତ୍ୟୁ ହୋଇନାହିଁ। ରିପୋର୍ଟରେ କୁହାଯାଇଛି ଯେ, କେବଳ ଗତ ଗୋଟିଏ ସପ୍ତାହ‌ରେ ୩୯ ଡେଙ୍ଗୁ ମାମଲା ଚିହ୍ନଟ ହୋଇଛି।

ଚଳିତ ବର୍ଷ ଏଯାବତ୍ ଚିହ୍ନଟ ହୋଇଥିବା ମୋଟ୍‌ ୩୧୧ ଡେଙ୍ଗୁ ମାମଲାରୁ କେବଳ ୯୦ଟି ମାମଲା ଅଗଷ୍ଟରେ ରେକର୍ଡ କରାଯାଇଛି। ଜୁଲାଇ‌ରେ ଡେଙ୍ଗୁ ମାମଲା ୪୦ ଥିବାବେଳେ ଅଗଷ୍ଟରେ ଏହାର ଦ୍ବିଗୁଣ ମାମଲା ଚିହ୍ନଟ ହୋଇଛି। ଏପ୍ରିଲରେ ଦିଲ୍ଲୀରେ ଚଳିତ ବର୍ଷର ଦ୍ବିତୀୟ ସର୍ବାଧିକ ଡେଙ୍ଗୁ ମାମଲା ରହିଥିଲା। ମୋଟ୍‌ ୫୨ ଜଣ ଡେଙ୍ଗୁରେ ପୀଡ଼ିତ ହୋଇଥିଲେ। ସେହିପରି ଚଳିତ ମାସ‌ରେ ମ୍ୟାଲେରିଆ ମାମଲା ମଧ୍ୟ ବଢ଼ିଛି। ଚଳିତ ମାସରେ ୫୩ଟି ମ୍ୟାଲେରିଆ ମାମଲା ଚିହ୍ନଟ ହୋଇଛି। ଜୁଲାଇ ମାସରେ ଏହି ସଂଖ୍ୟା ୧୭ ଥିଲା।

ଚିକୁନଗୁନିଆ ମାମଲା ମଧ୍ୟ ବଢ଼ିଛି। ଅଗଷ୍ଟ ମାସ‌ରେ ଦିଲ୍ଲୀରେ ୮ଟି ଚିକୁନଗୁନିଆ ମାମଲା ରିପୋର୍ଟ କରାଯାଇଛି। ଏଥିସହ ଚଳିତ ବର୍ଷ ଦିଲ୍ଲୀରେ ଚିକୁନଗୁନିଆ ମାମଲା ୨୨ରେ ପହଞ୍ଚିଛି। ଏମ୍‌ସିଡିର ୧୨ଟି ଜୋନ୍‌ ମଧ୍ୟରୁ ପଶ୍ଚିମ ଜୋନ୍‌ରେ ସର୍ବାଧିକ ୪୭ ଡେଙ୍ଗୁ ମାମଲା ରିପୋର୍ଟ କରାଯାଇଥିବାବେଳେ କେନ୍ଦ୍ରୀୟ ଦିଲ୍ଲୀରେ ୩୯, ଶାହଦରା ଉତ୍ତରରେ ୩୨ ମାମଲା ଚିହ୍ନଟ ହୋଇଛି। ସେହିପରି ଦକ୍ଷିଣ ଓ ପଶ୍ଚିମ ଦିଲ୍ଲୀରେ ୨୨ ମ୍ୟାଲେରିଆ ମାମଲା ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରୀୟ ଦିଲ୍ଲୀରେ ୧୬ ମାମଲା ରିପୋର୍ଟ କରାଯାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button