ଦେଶ ବିଦେଶ

Nepal flood: ସୁଡ଼ଙ୍ଗରେ ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ

ନେପାଳ ବନ୍ୟାର ସପ୍ତାହେ ପରେ ମଧ୍ୟ ଉଦ୍ଧାରକାରୀ ଦଳ ବିଭିନ୍ନ ଜଳବିଦ୍ୟୁତ୍‌ ପ୍ରକଳ୍ପ ସ୍ଥଳରେ ଥିବା ଭୂତଳ ପାୱାର୍‌ହାଉସ୍‌ ଓ ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚି ପାରିନାହାନ୍ତି। ଅନ୍ୟପ‌କ୍ଷେ ନିଖୋଜ ବ୍ୟକ୍ତିଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ...

କାଠମାଣ୍ଡୁ: ନେପାଳ ବନ୍ୟାର ସପ୍ତାହେ ପରେ ମଧ୍ୟ ଉଦ୍ଧାରକାରୀ ଦଳ ବିଭିନ୍ନ ଜଳବିଦ୍ୟୁତ୍‌ ପ୍ରକଳ୍ପ ସ୍ଥଳରେ ଥିବା ଭୂତଳ ପାୱାର୍‌ହାଉସ୍‌ ଓ ସୁଡ଼ଙ୍ଗରେ ଫସି ରହିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚି ପାରିନାହାନ୍ତି। ଅନ୍ୟପ‌କ୍ଷେ ନିଖୋଜ ବ୍ୟକ୍ତିଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ, ଉଦ୍ଧାର ଅପରେସନ୍‌ ମନ୍ଥର ହୋଇଯାଇଛି। ଏଥିପାଇଁ ଲୋକମାନେ ସରକାର ଓ ପ୍ରୋଜେକ୍ଟ ଅପରେଟରଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ମଙ୍ଗଳବାର ଆଇପିପିଏଏନ୍‌ (ଇଣ୍ଡିପେଣ୍ଡେଣ୍ଟ୍‌ ପାୱାର ପ୍ରଡ୍ୟୁସର୍ସ ଏସୋସିଏସନ୍‌, ନେପାଳ) ପକ୍ଷରୁ ଜାରି ତଥ୍ୟରେ ଦର୍ଶାଯାଇଛି ଯେ ବିଭିନ୍ନ ହାଇଡ୍ରୋପାୱାର ପ୍ରକଳ୍ପ ପାଇଁ କାମ କରୁଥିବା ପ୍ରାୟ ୯୪୭ ଲୋକଙ୍କର ପତ୍ତା ମିଳୁନି। ଅନ୍ୟପକ୍ଷେ ଆଇପିପିଏଏନ୍‌ କହିଛି, ପ୍ରକୃତରେ ଭୂତଳ ପାୱାର୍‌ହାଉସ୍‌ ଓ ସୁଡ଼ଙ୍ଗରେ କେତେଜଣ ଫସି ରହିଛନ୍ତି ଓ ବନ୍ୟାରେ କେତେଜଣ ଭାସିଯାଇଛନ୍ତି ‌ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଗୃହମନ୍ତ୍ରୀ ସୁଦାମ ଗୁୁରୁଙ୍ଗ କହିଛନ୍ତି, ଯେଉଁମା‌ନେ ଜୀବିତ ଥାଇପାରନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ଉପଲବ୍ଧ ସମ୍ବଳର ବ୍ୟବହାର କରାଯାଉଛି। ୧୧୧-ମେଗାୱାଟ୍ ରସୁୱାଗାଧି ହାଇଡ୍ରୋପାୱାର ପ୍ରୋଜେକ୍ଟରେ ଏକ ସେନା ଦଳ ସୁଡ଼ଙ୍ଗ ଭିତରେ ପଶିବାରେ ସଫଳ ହୋଇଛି କିନ୍ତୁ ଏହା ଭୂତଳ ପାୱାର୍‌ହାଉସ୍‌ ନିକଟରେ ପହଞ୍ଚି ପାରିନି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button