Nepal Flood: ‘ହନୁମାନ ଚାଳିସା ଆମକୁ ବଞ୍ଚାଇଦେଲା’! ପ୍ରଳୟ ମଝିରେ ୬ ଜଣଙ୍କ ଚମତ୍କାରୀ ଉଦ୍ଧାର
ଗୋଟିଏ ପଟେ ମୃତ୍ୟୁର ତାଣ୍ଡବ... ଆଉ ଗୋଟିଏ ପଟେ ଜୀବନ ପାଇଁ ଲଢ଼ୁଥିଲେ ୬ ଜଣ... ଆଖି ସାମ୍ନାରେ ଭାସିଯାଉଥିଲା ଘରଦ୍ୱାର... କାନରେ ଶୁଭୁଥିଲା ଖାଲି ପାଣିର ଗର୍ଜନ...ପ୍ରତି ମୁହୂର୍ତ୍ତରେ ଲାଗୁଥିଲା ଏଥର ବୋଧହୁଏ ଆଉ ବଞ୍ଚିବୁନି... କିନ୍ତୁ ପ୍ରଳୟର ସେହି ପାଣି ମଝିରେ ଠିଆ ହୋଇଥିଲା ଗୋଟିଏ ସବୁଜ ଘର।

ନୂଆଦିଲ୍ଲୀ: ଗୋଟିଏ ପଟେ ମୃତ୍ୟୁର ତାଣ୍ଡବ… ଆଉ ଗୋଟିଏ ପଟେ ଜୀବନ ପାଇଁ ଲଢ଼ୁଥିଲେ ୬ ଜଣ… ଆଖି ସାମ୍ନାରେ ଭାସିଯାଉଥିଲା ଘରଦ୍ୱାର… କାନରେ ଶୁଭୁଥିଲା ଖାଲି ପାଣିର ଗର୍ଜନ…ପ୍ରତି ମୁହୂର୍ତ୍ତରେ ଲାଗୁଥିଲା ଏଥର ବୋଧହୁଏ ଆଉ ବଞ୍ଚିବୁନି… କିନ୍ତୁ ପ୍ରଳୟର ସେହି ପାଣି ମଝିରେ ଠିଆ ହୋଇଥିଲା ଗୋଟିଏ ସବୁଜ ଘର। ଘରଟି କେବଳ ରକ୍ଷା ପାଇନଥିଲା… ତା’ ଭିତରେ ବଞ୍ଚିଯାଇଥିଲା ୬ଟି ଜୀବନ। ଆଉ ଏବେ ସେହି ଘରର ମାଲିକାଣୀ କହୁଛନ୍ତି“ଆମକୁ ପୁର୍ନଜନ୍ମ ମିଳିଛି…” ଘରର ମାଲିକାଣୀ ଲକ୍ଷ୍ମୀ ପାଣ୍ଡେ ଆଉ ତାଙ୍କ ପରିବାର ପାଇଁ ସେହି ଦିନଟି ଥିଲା ଜୀବନର ସବୁଠାରୁ ଭୟଙ୍କର ଦିନ। ବନ୍ୟା ଆସୁଥିବା ଖବର ପାଇବା ବେଳେ ଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ଘରଠାରୁ କିଛି ଦୂରରେ ଥିବା ଦୋକାନରେ ଥିଲେ। ଘରେ ଥିଲେ ତାଙ୍କ ଶାଶୁ ଓ ଝିଅ। ଖବର ଶୁଣିବା ମାତ୍ରେ ଘରକୁ ଦୌଡ଼ିଲେ। ଛାତ ଉପରକୁ ଯାଇ ଶାଶୁଙ୍କୁ କହିଲେ “ମାଆ, ବନ୍ୟା ଆସୁଛି… ଆମକୁ ଏଠାରୁ ପଳାଇବାକୁ ପଡ଼ିବ।”କିନ୍ତୁ ସେତେବେଳକୁ ପାଣି ଘର ପାଖରେ ପହଞ୍ଚି ସାରିଥିଲା। ହଠାତ୍ ଆଖି ସାମ୍ନାରେ ଭାଙ୍ଗିଗଲା ପୁରୁଣା ପୋଲ। ଆଉ ତା’ପରେ…ରାକ୍ଷସ ପରି ମାଡ଼ି ଆସିଲା ବନ୍ୟା ପାଣି। ଗୋଟିଏ ପରେ ଗୋଟିଏ ଘର ଭାସିଗଲା। ପାଣିର ପ୍ରଖର ସ୍ରୋତରେ କମ୍ପିବାକୁ ଲାଗିଲା ଲକ୍ଷ୍ମୀଙ୍କ ଘର। ବାଲକୋନିରେ ଛିଡ଼ା ହୋଇ ୬ ଜଣ କେବଳ ମୃତ୍ୟୁକୁ ଅପେକ୍ଷା କରୁଥିଲେ। ଲକ୍ଷ୍ମୀ କହିଛନ୍ତି “ଆମକୁ ଲାଗିଲା ଆଉ ବଞ୍ଚିବୁନି…” କିନ୍ତୁ ଆମକୁ ଭଗବାନ ରକ୍ଷା କରିଦେଲେ । ଘରେ ସୁବଦିନ ପୁଜା ପାଠ ହୋଇଥାଏ । ଆଉ ସବୁବେଳେ ଓଂ ନମଃ ଶିବାୟ ମନ ଭିତରେ ଜପ କରୁଥାଉ ।
ହନୁମାନ ଚାଳିସା ମଧ୍ୟ ସବୁଦିନ ଘରେ କରଯାଇଥାଏ । ଆଉ ଯେଉ: ଦିନ ବନ୍ୟା ଆସିଲା ସେହିଦିନ ସକାଳ ହନୁମାନ ଚାଳିସା କରି ଦୋକାନ କୁ ପଳାଇଥିଲୁ । ଆମକୁ ଭଗବାନ ବଞ୍ଚାଇଦେଲା । ଠିକ୍ ସମୟରେ ପଡ଼ୋଶୀମାନେ ଦେବଦୂତ ସାଜି ଆସିଲେ। ନିଜ ଜୀବନକୁ ବାଜି ଲଗାଇ ୪ରୁ ୫ ଜଣ ପଡ଼ୋଶୀ ୬ ଜଣଙ୍କୁ ଉଦ୍ଧାର କଲେ। ଲକ୍ଷ୍ମୀଙ୍କ ଆଖିରେ ଲୁହ… ଆଉ ମୁହଁରେ ଗୋଟିଏ କଥା “ସେମାନେ ଆମ ପାଇଁ ଭଗବାନଙ୍କଠାରୁ କମ୍ ନୁହନ୍ତି।”ବନ୍ୟା ପରେ ଯେତେବେଳେ ଲୋକେ ସେହି ଅଞ୍ଚଳକୁ ଦେଖିଲେ, ଚାରିଆଡ଼େ ଥିଲା ଧ୍ୱଂସର ଚିତ୍ର। କିନ୍ତୁ ମଝିରେ ଠିଆ ହୋଇଥିଲା ସେହି ସବୁଜ ଘର। ଘରଟି ଏତେ ପ୍ରଖର ସ୍ରୋତ ମଧ୍ୟରେ କିପରି ବଞ୍ଚିଲା? ଏହା ପଛରେ ଥିଲା ଘରର ନିର୍ମାଣ ଶୈଳୀ। ନଦୀର ସ୍ରୋତ ଆଡ଼କୁ ସିଧା ନରହି ଘରଟି କୋଣିଆ ଭାବରେ ନିର୍ମାଣ ହୋଇଥିବାରୁ ପାଣି ସିଧାସଳଖ କାନ୍ଥରେ ଧକ୍କା ଦେଇନଥିଲା। ତଥାପି ଏହି ପରିବାର ଏବେ ସେହି ଘର ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି। ଯେତେବେଳେ ସବୁ ଆଶା ଶେଷ ହୋଇଯାଏ, ସେତେବେଳେ ବି କେଉଁଠି ନା କେଉଁଠି ଜୀବନ ବଞ୍ଚିବାର ଆଉ ଏକ ବାଟ ଖୋଲିଯାଏ । ଆଉ ସେଥିପାଇଁ ବୋଧହୁଏ ଲକ୍ଷ୍ମୀ କହୁଛନ୍ତି—“ଘର ଆମକୁ ବଞ୍ଚାଇନି… ଭଗବାନ ଆମକୁ ଦ୍ୱିତୀୟ ଜନ୍ମ ଦେଇଛନ୍ତି।”
ସୌଜନ୍ୟ ସମ୍ବାଦ




