ରାଜ୍ୟ
e-Hundi: ଇ-ହୁଣ୍ଡିରେ ଦାନ ପରିମାଣ ବଢ଼ୁଛି: ୪୫ ଦିନରେ ୫୬.୭୦ ଲକ୍ଷ ଟଙ୍କା ଶହେକୋଟି ଟପିଲା ବ୍ୟାଙ୍କ ଜମା
ଶ୍ରୀମନ୍ଦିର ତଥା ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ ହୁଣ୍ଡି ଅପେକ୍ଷା ଇ-ହୁଣ୍ଡିରେ ଦାନ କରିବାକୁ ବଢ଼ୁଛି ଭକ୍ତଙ୍କ ଆଗ୍ରହ। ଲୋକାର୍ପଣ ହେବାର ୪୫ ଦିନ ମଧ୍ୟରେ ୫୬ ଲକ୍ଷ ୭୦ ହଜାର ୭୦୫ ଟଙ୍କାର ଦାନ ଆସିଛି।

ପୁରୀ: ଶ୍ରୀମନ୍ଦିର ତଥା ଅନ୍ୟାନ୍ୟ ସ୍ଥାନରେ ସ୍ଥାପିତ ହୁଣ୍ଡି ଅପେକ୍ଷା ଇ-ହୁଣ୍ଡିରେ ଦାନ କରିବାକୁ ବଢ଼ୁଛି ଭକ୍ତଙ୍କ ଆଗ୍ରହ। ଲୋକାର୍ପଣ ହେବାର ୪୫ ଦିନ ମଧ୍ୟରେ ୫୬ ଲକ୍ଷ ୭୦ ହଜାର ୭୦୫ ଟଙ୍କାର ଦାନ ଆସିଛି। ରଥଯାତ୍ରା ପୂର୍ବରୁ ଜୁଲାଇ ୧୫ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଡିଜିଟାଲ୍ ହୁଣ୍ଡି ‘ସମର୍ପଣ’କୁ ଲୋକାର୍ପିତ କରିଥିଲେ। ପୃଥିବୀର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଶ୍ରଦ୍ଧାଳୁମାନେ ଶ୍ରୀଜଗନ୍ନାଥ ମନ୍ଦିର ଓ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ ଦେବା ଏବଂ ରସିଦ ଡାଉନ୍ଲୋଡ୍ କରିବାର ସୁବିଧା ରହିଥିବାରୁ ଶ୍ରଦ୍ଧାଳୁଙ୍କର ଏଥିପ୍ରତି ଆଗ୍ରହ ବଢ଼ୁଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




