ରାଜ୍ୟ
Old Podampet Beach: ପୁରୁଣା ପୋଡ଼ମ୍ପେଟା ବେଳାଭୂମିରେ ମନ୍ଦିର ଦଧିନଉତି ଠାବ: ୨୫ ବର୍ଷ ପୁରୁଣା ଗଙ୍ଗାଦେବୀ ମନ୍ଦିରର ଅନୁମାନ
ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ପୁରୁଣା ପୋଡ଼ମପେଟା ବେଳାଭୂମିରୁ ଆଜି ଏକ ମନ୍ଦିରର ଦଧିନଉତି ଠାବ ହୋଇଛି। ଏହାର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବିଭିନ୍ନ ମତ ଶୁଣିବାକୁ ମିଳିଛି।

ଗଞ୍ଜାମ/ହୁମ୍ମା: ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ପୁରୁଣା ପୋଡ଼ମପେଟା ବେଳାଭୂମିରୁ ଆଜି ଏକ ମନ୍ଦିରର ଦଧିନଉତି ଠାବ ହୋଇଛି। ଏହାର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବିଭିନ୍ନ ମତ ଶୁଣିବାକୁ ମିଳିଛି। କିଛି ଗ୍ରାମବାସୀ ଏହି ଦଧିନଉତିଟି ୨୦ରୁ ୨୫ ବର୍ଷ ପୁରୁଣା ଗଙ୍ଗାଦେବୀ ମନ୍ଦିରର ବୋଲି କହିଛନ୍ତି। ମନ୍ଦିରର ପ୍ରତିଷ୍ଠା ଉତ୍ସବ ସଂପୂର୍ଣ୍ଣ ହେବା ପୂର୍ବରୁ ଏହା ସମୁଦ୍ରଗର୍ଭରେ ଲୀନ ହୋଇଯାଇଥିଲା ବୋଲି କହିଛନ୍ତି। ଏହାସହ ଆଗରୁ ଏଠାରେ ଜନବସତି ଥିବା କୁହାଯାଇଛି।
ସୌଜନ୍ୟ ସମ୍ବାଦ




