ରାଜ୍ୟ

କେନ୍ଦ୍ରୀୟ ଜଳ ଶକ୍ତି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ୫୪ ହଜାର କୋଟିର ଜଳ ଭିତ୍ତିଭୂମି ମଞ୍ଜୁର, ୭୭୦ ନୂଆ ଚେକ୍‌ ଡ୍ୟାମ୍‌

ଭୁବନେଶ୍ଵର, ୩/୯ : ବୁଧବାର ନୂଆଦିଲ୍ଲୀରେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କେନ୍ଦ୍ରୀୟ ଜଳଶକ୍ତି ସମ୍ମିଳନୀରେମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଜଳ ସଂରକ୍ଷଣ, ଭୂ-ଜଳ ପରିଚାଳନା ଏବଂ ଭିତ୍ତିଭୂମି ବିକାଶର ସଫଳତା ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ କୃଷି ପ୍ରଧାନ ଅର୍ଥନୀତି । ତେଣୁ ଜଳ ସୁରକ୍ଷା ଓ ସିଞ୍ଚନର ବିକାଶକୁ ଆମ ସରକାର ସବୁଠାରୁ ଅଧିକ ପ୍ରାଥମିକତା ଦେଉଛନ୍ତି । ଗତ ଦୁଇ ବର୍ଷରେ ରାଜ୍ୟରେ ୫୪ ହଜାର କୋଟିର ଜଳ ଭିତ୍ତିଭୂମି କାର୍ଯ୍ୟକୁ ମଞ୍ଜୁରୀ ଦିଆଯାଇଛି । ଅତି କମ୍ ସମୟରେ ୩ ଲକ୍ଷ ୨୦ ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି । ୭୭୦ଟି ନୂତନ ଚେକ୍ ଡ୍ୟାମ୍ ଓ ୯ଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର (ଆଇଏସଏସ) କାର୍ଯ୍ୟ ଶେଷ ହୋଇଥିବା ବେଳେ ୧,୩୧୨ଟି ପୁରୁଣା ଚେକ୍ ଡ୍ୟାମର ପୁନରୁଦ୍ଧାର କରାଯାଇଛି । ଏହା ସହିତ ଗୋଟିଏ ଡ୍ୟାମ୍, ଗୋଟିଏ ବ୍ୟାରେଜ୍, ୨ଟି ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ୍ ଡିଷ୍ଟ୍ରିବ୍ୟୁସନ୍ ନେଟୱାର୍କ, ୬ଟି ମେଗା ଲିଫ୍ଟ ଓ ୩୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ।

ଆଗାମୀ ବର୍ଷକ ମଧ୍ୟରେ ୧୪ଟି ଆଇଏସଏସ୍ ପ୍ରକଳ୍ପ ଏବଂ ୬ଟି ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ । ବର୍ତ୍ତମାନ ୫ଟି ନୂଆ ବୃହତ ଓ ମଧ୍ୟମ୍, ୫୮ଟି ମେଗା ଲିଫ୍ଟ ଏବଂ ୫ଟି ନୂଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଗ୍ରାମାଞ୍ଚଳ ଓ କୃଷି କ୍ଷେତ୍ରକୁ ସହାୟତା ପାଇଁ ୩୨୨୪ଟି ଗୋଷ୍ଠୀ ଉଠା ଜଳସେଚନ(କମ୍ୟୁନିଟି ଲିଫ୍ଟ ଇରିଗେସନ), ୨୦୨୨୮ଟି ଗଭୀର ନଳକୂଳପ (ଡିପ୍ ବୋରୱେଲ୍) ଏବଂ ୮୯୧୭ଟି ସୌର ଗଭୀର ନଳକୂପ(ସୋଲାର ଡିପ୍ ବୋରୱେଲ୍)ନିର୍ମାଣ କରାଯାଇଛି । ଭୂ-ଜଳ ସ୍ଥିରତା ବଜାୟ ରଖିବା ପାଇଁ “ଛାତ’ ଯୋଜନାରେ ୨୦ହଜାର ରୁଫଟପ୍ ରେନ୍ ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକଚର ଏବଂ “ଅରୁଆ’ ଯୋଜନାରେ ୧୨୦୦ଟି ରିଚାର୍ଜ ସାଫ୍ଟ ସମ୍ପୂର୍ଣ୍ଣ ହୋଇଛି । ଜଳସେଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ୪୦ହଜାରରୁ ଅଧିକ “ପାଣି ପଞ୍ଚାୟତ’କୁ ସଶକ୍ତ କରାଯାଉଛି । ଏହି ସବୁ ପଦକ୍ଷେପ ପାଇଁ ପୂର୍ବରୁ ପଞ୍ଚମ ରାଷ୍ଟ୍ରୀୟ ଜଲ୍ ପୁରସ୍କାରରେ ଓଡ଼ିଶା “ସର୍ବଶ୍ରେଷ୍ଠ ରାଜ୍ୟ’ ଭାବେ ଘୋଷିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button