ରାଜ୍ୟ

Fire Breking: ପ୍ରଗତି ମିଲ୍କ ୟୁନିଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁଲିଭା କାର୍ଯ୍ୟରେ ୫ ଦମକଳ ଗାଡ଼ି ମୁତୟନ

କଟକ ୦୩/୦୯: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ପ୍ରଗତି ମିଲ୍କର ୟୁନିଟ୍‌-୨ରେ ଭୟାବହ ଅଗ୍ନିକାଣ୍ଡ। ଆଜି ସକାଳ ପ୍ରାୟ ୭ଟା ୩୦ ସମୟରେ ଫ୍ୟାକ୍ଟ୍ରିର ଷ୍ଟୋରେଜ୍‌ ପଏଣ୍ଟରେ ଥିବା ଡିପ୍‌ ଫ୍ରିଜରଗୁଡ଼ିକରେ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହା କାରଖାନାର ବିଲ୍ଡିଂକୁ ବ୍ୟାପି ଯାଇଥିଲା। ଡିପ୍‌ ଫ୍ରିଜରରେ ଲହୁଣୀ ଓ ଘିଅ ମହଜୁଦ ଥିବାରୁ ନିଆଁ ଦ୍ରୁତଗତିରେ ବ୍ୟାପିବା ସହ ହୁତ୍‌ହୁତ୍‌ ହୋଇ ଜଳିଥିଲା। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ।

ଅଗ୍ନିକାଣ୍ଡକୁ ଆୟତ୍ତ କରିବା ପାଇଁ ୫ଟି ଫାୟାର୍‌ ଗାଡ଼ି ନିୟୋଜିତ ହୋଇଥିବା ବେଳେ ୨୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି। ନିଆଁ ଭିତର ଅଂଶରେ ବ୍ୟାପିଥିବାରୁ ଜେସିବି ମେସିନ୍‌ ସାହାଯ୍ୟରେ କାରଖାନାର କିଛି ଅଂଶ ଭଙ୍ଗାଯାଇ ଭିତରେ ଥିବା ନିଆଁକୁ ଲିଭାଇବା କାର୍ଯ୍ୟ ଜାରି ରହିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ କ୍ଷୟକ୍ଷତିର ପରିମାଣ ସମ୍ପର୍କରେ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button