ରାଜ୍ୟ

Onion: ପିଆଜ ପୁଣି ଉପରମୁହାଁ: ୬୦ରୁ ୭୦ ଟଙ୍କା ଛୁଇଁଲାଣି, ଦର ନିୟନ୍ତ୍ରଣରେ ସରକାର ବିଫଳ

ବଜାରରେ ପିଆଜ ଦର ପୁଣି ଉପରମୁହାଁ ହୋଇଛି। ରାଜଧାନୀରେ ପିଆଜ ଖୁଚୁରା ଦର କିଲୋଗ୍ରାମ୍‌ ପିଛା ୫ ଟଙ୍କା ବୃଦ୍ଧି ପାଇ ୬୦ ଟଙ୍କାରେ ପହଞ୍ଚିଛି। ଏହା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି।

ଭୁବନେଶ୍ବର: ବଜାରରେ ପିଆଜ ଦର ପୁଣି ଉପରମୁହାଁ ହୋଇଛି। ରାଜଧାନୀରେ ପିଆଜ ଖୁଚୁରା ଦର କିଲୋଗ୍ରାମ୍‌ ପିଛା ୫ ଟଙ୍କା ବୃଦ୍ଧି ପାଇ ୬୦ ଟଙ୍କାରେ ପହଞ୍ଚିଛି। ଏହା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି। କୁବେରପୁରୀ ପାଇକାରୀ ବଜାରରେ ପିଆଜ ଦର ପୂର୍ବରୁ ୨୦ରୁ ୨୨ ଟଙ୍କାରେ ବିକ୍ରି ହେଉଥିଲା। ଏବେ ଏହା ୩୮ରୁ ୪୨ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ପାଇକାରୀ ଦର ଯାହା ରହିଛି ସେହି ଅନୁସାରେ ଖୁଚୁରା ଦର କୌଣସି ପରିସ୍ଥିତିରେ ୫୦ ଟଙ୍କାରୁ ଅଧିକ ରହିବା ଉଚିତ ନୁହେଁ। କିନ୍ତୁ ଖୁଚୁରା ଦର ନିୟନ୍ତ୍ରଣରେ ନାହିଁ। ‌କେତେକ ଦୋକାନରେ ପିଆଜ କିଲୋଗ୍ରାମ୍‌ ପିଛା ୬୦ ଟଙ୍କାରେ ଏବଂ ଆଉ କେତେକ ଦୋକାନରେ ୭୦ ଟଙ୍କାରେ ବିକ୍ରି ହେଉଛି। ଅର୍ଥାତ୍‌ କେତେକ ସ୍ଥାନରେ ପାଇକାରୀ ଓ ଖୁଚୁରା ଦର ମଧ୍ୟରେ ପାର୍ଥକ୍ୟ ୨୮ ଟଙ୍କା ପାଖାପାଖି ରହୁଛି। ପିଆଜ ଦର ଉପରେ ସରକାର ନିୟନ୍ତ୍ରଣ  ହରାଇଥିବା ଭଳି ମନେ ହେଉଛି। ସରକାର ଓ ପ୍ରଶାସନ ତୁରନ୍ତ ତତ୍ପରତା ପ୍ରକାଶ କରି ଖାଉଟିଙ୍କୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ସଚେତନ ଖାଉଟିମାନେ ମତ ଦେଇଛନ୍ତି।
କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ଶକ୍ତିଶଙ୍କର ମିଶ୍ରଙ୍କ କହିବାନୁଯାୟୀ, ବେଙ୍ଗାଲୁରୁ ପିଆଜ ଆସିଲେ ଦର କମିବ। କିନ୍ତୁ ଏଥର ବେଙ୍ଗାଲୁରୁରେ ପିଆଜ ନଷ୍ଟ ହୋଇଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button