BJP: ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ: ‘ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ’
ବିଜେପିର ମୂଳମନ୍ତ୍ର ହେଉଛି ସେବା। ତେଣୁ ସାଧାରଣ ଜନତାଙ୍କ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଦଳର କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ବି.ଏଲ୍. ସନ୍ତୋଷ। କଟକର ଜବାହାରଲାଲ ନେହରୁ ଇନ୍ଡୋର୍ ଷ୍ଟାଡିୟମ...

କଟକ: ବିଜେପିର ମୂଳମନ୍ତ୍ର ହେଉଛି ସେବା। ତେଣୁ ସାଧାରଣ ଜନତାଙ୍କ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଦଳର କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ବି.ଏଲ୍. ସନ୍ତୋଷ। କଟକର ଜବାହାରଲାଲ ନେହରୁ ଇନ୍ଡୋର୍ ଷ୍ଟାଡିୟମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଉଦ୍ଯାପନ ଦିବସରେ ଯୋଗଦେଇ ଶ୍ରୀ ସନ୍ତୋଷ କହିଛନ୍ତି ଯେ, ଯେଉଁ ରାଜ୍ୟମାନଙ୍କରେ ବିଜେପି ଥରେ ଶାସନ ଦାୟିତ୍ୱରେ ଆସିଛି, ଏହି ସେବା ମନୋଭାବ କାରଣରୁ ସେହି ରାଜ୍ୟବାସୀମାନେ ବାରମ୍ବାର ବିଜେପିକୁ ଶାସନ ଦାୟିତ୍ୱ ପ୍ରଦାନ କରିଛନ୍ତି। ଓଡ଼ିଶାରେ ସେବା ମନୋଭାବକୁ ଅଗ୍ରାଧିକାର ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ନିୟମିତ ଭାବେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଏବଂ ସୁଖଦୁଃଖର ସାଥୀ ହୋଇ ଛିଡ଼ା ହେଉଛନ୍ତି। ଆଗାମୀ ପଞ୍ଚାୟତ, ନଗରପାଳିକା ଓ ସମବାୟ ନିର୍ବାଚନରେ ଲୋକଙ୍କ ସହ ଛିଡ଼ା ହେବା ସହିତ କଠିନ ପରିଶ୍ରମ କରି ଲୋକଙ୍କ ଆସ୍ଥାଭାଜନ ହେବାକୁ ଶ୍ରୀ ସନ୍ତୋଷ ପରାମର୍ଶ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




