ରାଜ୍ୟ

Bike theft racket: ବାଇକ୍‌ ଚୋରି ରୢାକେଟ୍‌ର ପର୍ଦ୍ଦାଫାସ: ଗ୍ରାହକ ସାଜି କାବୁ କଲା ପୁଲିସ, ମାଷ୍ଟରମାଇଣ୍ଡ ସମେତ ୩ ଗିରଫ, ୨୨ ବାଇକ୍‌ ଜବତ

ବହୁ ଦିନରୁ ପୁଲିସକୁ ନାକେଦମ କରିରଖିଥିଲା ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗ। ଆଖି ପିଛୁଳାକେ ବାଇକ୍‌ ଚୋରି କରି ଉଭାନ ହୋଇ ଯାଉଥିଲେ ଗ୍ୟାଙ୍ଗର ସଦସ୍ୟ। ଶେଷରେ ପୁଲିସ ଗ୍ରାହକ ସାଜି ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି।

ରାୟଗଡ଼ା: ବହୁ ଦିନରୁ ପୁଲିସକୁ ନାକେଦମ କରିରଖିଥିଲା ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗ। ଆଖି ପିଛୁଳାକେ ବାଇକ୍‌ ଚୋରି କରି ଉଭାନ ହୋଇ ଯାଉଥିଲେ ଗ୍ୟାଙ୍ଗର ସଦସ୍ୟ। ଶେଷରେ ପୁଲିସ ଗ୍ରାହକ ସାଜି ଏହି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି। ଚୋରି କରିଥିବା ୨୨ଟି ବାଇକ୍‌ ସହ ଚୋରି ପାଇଁ ବ୍ୟବହାର କରୁଥିବା ଗୋଟିଏ ଅଟୋରିକ୍ସା ଜବତ ହୋଇଛି ବୋଲି ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ରାଜପ୍ରସାଦ ସୂଚନା ଦେଇଛନ୍ତି।

ରାୟଗଡ଼ା ସହର ସମେତ ଗୁଡ଼ାରୀ, ପଦ୍ମପୁର, ଗୁଣପୁର ଓ ପାର୍ବତୀପୁର ଅଞ୍ଚଳରୁ ବାଇକ୍‌ ଚୋରି ନେଇ ୮ଟି ଅଭିଯୋଗ ପୁଲିସ ନିକଟରେ ପହଞ୍ଚିଥିଲା। ବୃଦ୍ଧି ପାଉଥିବା ଚୋରିରେ ଅଙ୍କୁଶ ଲଗାଇବା ପାଇଁ ରାୟଗଡ଼ା ପୁଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରି ଛାନ୍‌ଭିନ୍ ଆରମ୍ଭ କରିଥିଲା। ତଦନ୍ତ ସମୟରେ ସୀମାଞ୍ଚଳ ମହାନନ୍ଦିଆ, ରାଜେଶ୍ବର ନାଗବଂଶ ଓ ପ୍ରଦୀପ ଚଣ୍ଡିବଂଶର ଏଥିରେ ସଂପୃକ୍ତି ରହିଥିବା ପୁଲିସକୁ ପ୍ରମାଣ ମିଳିଥିଲା। ତେଣୁ ଚୋରି ବାଇକ୍‌ କିଣିବା ଆଳରେ ଗ୍ରାହକ ସାଜି ଏମାନଙ୍କୁ ଯୋଗାଯୋଗ କରିଥିଲା। ଏହା ପରେ ପୁଲିସ ଛଦ୍ମବେଶରେ ନିର୍ଦ୍ଦିଷ୍ଟ ଠିକଣାରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ କାବୁ କରିଥିଲା। ପଚରାଉଚୁରା ପରେ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିବା ୨୨ ବାଇକ୍‌ ଜବତ କରାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button