ମହାନଗର
Body of missing youth found: ମିଳିଲା ନିଖୋଜ ଯୁବକଙ୍କ ମୃତଦେହ: ସ୍କୁଟିରେ ଆସି ଟଙ୍କପାଣି ବ୍ରିଜ ଉପରୁ ଡେଇଁଥିଲେ
ସ୍କୁଟିରେ ଆସି ଟଙ୍କପାଣି ବ୍ରିଜ ଉପରୁ କୁଆଖାଇ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ଯୁବକ ଭବାନୀ ଶଙ୍କର ଖଟେଇଙ୍କ ମୃତଦେହ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ସମୟରେ ଲିଙ୍ଗିପୁର ନିକଟରୁ ମିଳିଛି।

ବାଲିଅନ୍ତା: ସ୍କୁଟିରେ ଆସି ଟଙ୍କପାଣି ବ୍ରିଜ ଉପରୁ କୁଆଖାଇ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ଯୁବକ ଭବାନୀ ଶଙ୍କର ଖଟେଇଙ୍କ ମୃତଦେହ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ସମୟରେ ଲିଙ୍ଗିପୁର ନିକଟରୁ ମିଳିଛି। ମୃତ ଭବାନୀ ଶଙ୍କରଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପ୍ରେମରେ ବିଫଳ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି। ବାଳକାଟି ଫାଣ୍ଡି ପୁଲିସ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରିଛି। ଅନେକ ଦିନ ହେବ ଭବାନୀଙ୍କର ବ୍ରାହ୍ମଣ ସୁଆଲୋ ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ସୌଜନ୍ୟ ସମ୍ବାଦ




