ମହାନଗର

Sambad-Aam Odisha: ‘ସମ୍ବାଦ-ଆମ ଓଡ଼ିଶା’ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା: ପ୍ରତିଭା ପ୍ରଦର୍ଶନ ନିଶା

‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ଆଜି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।

ଭୁବନେଶ୍ବର: ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ଆଜି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ପୂର୍ବାହ୍ଣ ୧୦ଟାରେ ପରୀକ୍ଷା ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏହାର ଢେର ଆଗରୁ ପିଲାମାନେ ପରୀକ୍ଷା କେନ୍ଦ୍ର ନିକଟରେ ପହଞ୍ଚି ଯାଇଥିଲେ। ରବିବାର ଛୁଟି ଦିନ ଥିଲେ ହେଁ ପିଲାଙ୍କ ଭିତରେ ନିଜର ପ୍ରତିଭା ପ୍ରଦର୍ଶନର ନିଶା ସେମାନଙ୍କ ବ୍ୟାକୁଳତାରୁ ବାରି ହୋଇପଡ଼ିଥିଲା। ୨୩ଟି କେନ୍ଦ୍ରରେ ପ୍ରାୟ ୧୬ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷା କେନ୍ଦ୍ରରେ ହିଁ ଅଭିଜ୍ଞ ବିଚାରକମାନଙ୍କ ଦ୍ବାରା ଉତ୍ତର ଖାତାଗୁଡ଼ିକ ମୂଲ୍ୟାୟନ କରାଯାଇ ପ୍ରତି ପ୍ରତିଯୋଗିତାର ତିନି ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ପୁରସ୍କୃତ ହୋଇଥିବା କୃତୀ ପ୍ରତିଯୋଗୀଙ୍କର ଖାତା ରାଜ୍ୟସ୍ତରରେ ପୁନଃ ମୂଲ୍ୟାୟନ ହେବ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ବଛାଯାଇ ‘ସମ୍ବାଦ’ର ବାର୍ଷିକ ସମାରୋହରେ ପୁରସ୍କୃତ କରାଯିବ। ଏନେଇ ‘ସମ୍ବାଦ’ରେ ସୂଚନା ଦିଆଯିବା ସହ ଟେଲିଫୋନ୍‌ ଜରିଆରେ କୃତୀ ପ୍ରତିଯୋଗୀଙ୍କୁ ଅବଗତ କରାଯିବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button