ଖେଳ

Duleep Trophy Final: ଲଢିପାରିବ ତ ଦକ୍ଷିଣାଞ୍ଚଳ ? ତିଲକ ବ୍ରିଗେଡ଼ର ଖରାପ ଆରମ୍ଭ, ନାରାୟଣ ଆଉଟ୍

ନୂଆଦିଲ୍ଲୀ,୦୮/୦୯; ପୂର୍ବାଞ୍ଚଳ ଓ ଦକ୍ଷିଣାଞ୍ଚଳ ମଧ୍ୟରେ ଖେଳାଯାଉଥିବା ଦୁଲୀପ ଟ୍ରଫି ଫାଇନାଲ୍ ମୁକାବିଲା ରୋମାଞ୍ଚକର ସ୍ଥିତି ଦେଇ ଗତି କରୁଛି । ପ୍ରଥମ ୨ ଦିନ ଯାକ ପୂର୍ବାଞ୍ଚଳ ବ୍ୟାଟିଂ ଜାରି ରଖି ପ୍ରଥମ ଇନିଂସରେ ୭୦୮ ରନ୍‌ ବିଶାଳ ସ୍କୋର କରିଛି । ଅଧିନାୟକ ଇଶାନ କିଷନ ୨୭୦ ରନ୍‌ରେ ଏକ ଦର୍ଶନୀୟ ଇନିଂସ ଖେଳିଛନ୍ତି । କୁମାର କୁଶାଗ୍ର ମଧ୍ୟ ଶତକ ଅର୍ଜନ କରିଛନ୍ତି । ପୂର୍ବାଞ୍ଚଳ ମ୍ୟାଚକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିଛି । ଆଜି ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଛି । ପୂର୍ବାଞ୍ଚଳର ରଣନୀତି ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଥିଲେ ହେଁ ଏହାର ଜବାବ ଦେବା ପାଇଁ ଦକ୍ଷିଣାଞ୍ଚଳ ନିକଟରେ ଯଥେଷ୍ଟ କ୍ଷମତା ରହିଛି । କିନ୍ତୁ ଟିମ୍ ତିଲକ ଭଲ ଆରମ୍ଭ କରିନାହିଁ । ରିପୋର୍ଟ ଲେଖାଯିବା ସୁଦ୍ଧା ଦଳ ଖାତାରେ ୪୮ ରନ୍ ଆସିଛି । ଶ୍ରୀଲଙ୍କା ବିପକ୍ଷରେ ଦମଦାର ଇନିଂସ ଖେଳିଥିବା ଦେବଦତ୍ତ ପାଡିକଲ ଏବଂ ରିକି ଭୁଇ କ୍ରିଜରେ ଉପସ୍ଥିତ ଅଛନ୍ତି । ୬୬୦ ରନ୍ ପଛୁଆ ଅଛି ସାଉଥ୍ ଜୋନ୍ । ନାରାୟଣ ଜଗଦୀଶନ ୨୨ ରନ୍ କରି ଆଉଟ୍ ହୋଇଛନ୍ତି ।

ଚିପକ ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ ରହିଛି । ତେଣୁ ଦକ୍ଷିଣାଞ୍ଚଳ ମଧ୍ୟ ଲଢୁଆ ବ୍ୟାଟିଂ କରି ଇନିଂସ ଅଗ୍ରଣୀ ପାଇଁ ଚେଷ୍ଟା କରିବ । କେବଳ ବିଶାଳ ରନ୍‌ ବୋଝ ଦକ୍ଷିଣାଞ୍ଚଳର ମନୋବଳ ଭାଙ୍ଗି ଦେବାର ଆଶଙ୍କା ରହିଛି । ନଚେତ ତିଳକ ବର୍ମା, ଦେବଦତ୍ତ ପାଡ଼ିକଲ, ଆର ସ୍ମରଣ ପ୍ରମୁଖ ଚମତ୍କାର ଫର୍ମରେ ରହିଛନ୍ତି । ସେମି ଫାଇନାଲ୍‌ରେ ତିଳକ ଶତକ ଅର୍ଜନ କରିଥିଲେ । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ପାଡ଼ିକଲ ୨ଟି ଶତକୀୟ ପାଳି ଖେଳିଥିଲେ । ଆଜି ତାଙ୍କ ବ୍ୟାଟିଂ ଉପରେ ନଜର ରହିଛି । ରିପୋର୍ଟ ଲେଖାଯିବା  ସୁଦ୍ଧା ସେ ୩୬ ବଲରେ ୨୪ ରନ୍ କରିଛନ୍ତି । ଯେଉଁଥିରେ ୨ଟି ଚୌକା ସାମିଲ ।

ପୂର୍ବାଞ୍ଚଳ ଇନିଂସ- ମୋଟ୍ ୮୪ ଓଭର ଖେଳ ହୋଇଥିଲା । ପୂର୍ବ ।ଞ୍ଚଳ ସମ୍ପୂର୍ଣ୍ଣ ବ୍ୟାଟିଂ କରିଥିଲା । ଦିବସର ଅନ୍ତିମ ବଲ୍ରେ ମୁକେଶ କୁମାରଙ୍କ ୱିକେଟ୍ ସହ ପୂର୍ବାଞ୍ଚଳ ଅଲ୍ ଆଉଟ୍ ହୋଇଥିଲା । କିଷନ ଦିନ ତମାମ ବ୍ୟାଟିଂ କରି ଦ୍ୱିଶତକ ଅର୍ଜନ କରିଥିଲେ । ଅସମାପ୍ତ ପ୍ରଥମ ଇନିଂସ ୪/୩୮୫ ରନ୍ରୁ ପୂର୍ବାଞ୍ଚଳ ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବ ଦିନ ୧୧୧ ରନ କରି ଅପରାଜିତ ଥିବା କିଷନ ଦର୍ଶନୀୟ ସଟ୍ମାନ ଖେଳିଥିଲେ । ଅନ୍ୟ ପଟରେ ତାଙ୍କୁ କୁଶାଗ୍ର ସହାୟତା କରିଥିଲେ । କୁଶାଗ୍ର ଶତକ ଅର୍ଜନ କରିବା ସହ ପଞ୍ଚମ ୱିକେଟ୍ରେ ଉଭୟ ୨୩୦ ରନ ଯୋଗ କରିଥିଲେ । ଦଳୀୟ ସ୍କୋର ୨୭୧ ବେଳେ ଯୋଡ଼ି ଭାଙ୍ଗିଥିଲେ ତ୍ରିପୁରନ ବିଜୟ । କୁଶାଗ୍ର ୧୦୧ (୮ଚୌକା, ୫ଛକା) ରନ କରି ଆଉଟ୍ ହୋଇଥିଲେ । କିଷନଙ୍କ ସହ ଅନୁକୂଳ ରୟ ମିଶି ୧୪୦ ରନର ଭାଗିଦାରୀ ଗଢ଼ିଥିଲେ । କିଷନ ଦ୍ୱିଶତକ ଅର୍ଜନ କରିଥିଲେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button