ଖେଳ

Shubman Gill Birthday: ହ୍ରିତିକଙ୍କ ସହ ପରଟା କନେକ୍ସନ, ନାଲି ରୁମାଲ୍ ଆଉ ୩୫୧ ରନ୍… ଜାଣନ୍ତୁ କ୍ୟାପ୍ଟେନ୍ ଗିଲଙ୍କ ବିଷୟରେ ଅଜଣା କଥା

ନୂଆଦିଲ୍ଲୀ,୦୮/୦୯; ଟିମ୍ ଇଣ୍ଡିଆର ଅଧିନାୟକ । ଟେଷ୍ଟ ଏବଂ ଦିନିକିଆରେ ଭାରତର ନେତୃତ୍ୱ ନେଇଥିବା ଷ୍ଟାର୍ ପ୍ଲେୟାର । ଭାରତୀୟ କ୍ରିକେଟ ଦଳର ପ୍ରିନ୍ସ ଶୁଭମନ ଗିଲ । ଆଜି ୨୭ ବର୍ଷରେ ପଦର୍ପଣ କରିଛନ୍ତି କ୍ୟାପ୍ଟେନ୍ ଶୁଭମନ ଗିଲ୍ । ଷ୍ଟାର ବ୍ୟାଟର ଅଧିନାୟକ ଶୁଭମନ ଗିଲଙ୍କର ଆଜି ଜନ୍ମଜିନ । ସ୍କୁଲ କ୍ରିକେଟ୍ ଠାରୁ ଆରମ୍ଭ କରି ୧୯ ବର୍ଷରୁ କମ୍ କ୍ରିକେଟ୍, ପ୍ରଥମ ଶ୍ରେଣୀ, ଆଇପିଏଲ୍ ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ ପର୍ଯ୍ୟନ୍ତ ଶୁଭମନ ଗିଲ୍ ନିଜର ଛାପ ଛାଡ଼ିଛନ୍ତି ।

ଗିଲ୍‌ଙ୍କୁ ନେଇ ମଜାଳିଆ କଥା…ଶୁଭମନ ଗିଲ୍ କେବେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ ? ସେ ଅଣ୍ଡର -19 ବିଶ୍ୱକପ୍ ରେ କେତେ ରନ୍ ସ୍କୋର କରିଥିଲେ ? ଆଇପିଏଲ୍ ରେ ସେ କେଉଁ ଦଳ ପାଇଁ ଖେଳନ୍ତି ? ଏହାର ଉତ୍ତର ଅଧିକାଂଶ ପ୍ରଶଂସକ ଜାଣିବେ ।  କିନ୍ତୁ ଗିଲଙ୍କ ସହ ଜଡିତ କିଛି ମଜାଦାର କଥା ଅଛି, ଯାହା ଆଜି ମଧ୍ୟ ତାଙ୍କର ପ୍ରତ୍ୟେକ ପ୍ରଶଂସକ ଜାଣିନାହାନ୍ତି । ଜନ୍ମଦିନ ଅବସରରେ ଗିଲଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା ।

୧.ଶୁଭମନ ଗିଲ ଆଜି ସବୁଠାରୁ ଫିଟ୍ ଖେଳାଳିଙ୍କ ମଧ୍ୟରୁ ଜଣେ ଏବଂ ତାଙ୍କ ଡାଏଟ୍ ପ୍ଲାନ୍ ବି ସେହି ଅନୁସାରେ ଥାଏ । କିନ୍ତୁ ସମୟ ଥିଲା ସେ ବହୁତ ପରଟା ଖାଉଥିଲେ । ଏହାର କାରଣ ଥିଲା ବଲିଉଡ ତାରକା ହ୍ରିତିକ ରୋଶନ। ଗିଲ୍ ଏକ ସାକ୍ଷାତକାରରେ କହିଥିଲେ ଯେ, ପଞ୍ଜାବୀ ହୋଇଥିଲେ ମଧ୍ୟ ସେ ପିଲାଦିନେ ପରଠାକୁ ପସନ୍ଦ କରୁନଥିଲେ । କିନ୍ତୁ ସେ ହ୍ରିତିକ ରୋଶନଙ୍କ ପ୍ରଶଂସକ ଥିଲେ ଏବଂ ଯେତେବେଳେ ସେ ହ୍ରିତିକଙ୍କୁ ‘କହୋ ନା ପ୍ୟାର ହୈ’ ଫିଲ୍ମରେ ପରଟା ଖାଉଥିବାର ଦେଖିଥିଲେ ସେବେଠୁ ପରଟା ଖାଉଥିଲେ ।

୨.ଅନେକ କ୍ରିକେଟରଙ୍କ ଭଳି ଶୁଭମନ ଗିଲଙ୍କ ମଧ୍ୟ ତାଙ୍କ ଖେଳକୁ ନେଇ ଅନ୍ଧବିଶ୍ୱାସ ରହିଛି । ସେମାନେ ପକେଟରେ ନାଲି ରୁମାଲ କିମ୍ବା ଦେହରେ ନାଲି କପଡା ଧରି ଖେଳିବାକୁ ବାହାରକୁ ଆସନ୍ତି । ଏହାର କାରଣ ହେଉଛି,  ୧୬ ବର୍ଷରୁ କମ୍  କ୍ରିକେଟରେ ସେ ସ୍କୋର କରିପାରୁନଥିଲେ । ତା’ପରେ ସେ ରୁମାଲ ନେଇ ପଡିଆକୁ ଓହ୍ଲାଇଥିଲେ ଏବଂ ଶତକ ହାସଲ କରିଥିଲେ । କିନ୍ତୁ ତାଙ୍କ ରୁମାଲ ମଇଳା ହୋଇଯାଇଥିଲା । ତା’ପରେ ପରବର୍ତ୍ତୀ ମ୍ୟାଚରେ ସେ ନାଲି ରୁମାଲ ଧରି ଓହ୍ଲାଇ ପୁଣି ଶତକ ହାସଲ କରିଥିଲେ। ସେବେଠାରୁ ନାଲି ରୁମାଲ ମଧ୍ୟ ତାଙ୍କ ଅଂଶପାଲଟି ଯାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button