ଖେଳ

Rohit Sharma: ଟିଭିରେ ଏଣ୍ଟ୍ରୀ ପରେ କ୍ରିକେଟ୍ ଛାଡିବେ କି ହିଟ୍‌ମ୍ୟାନ୍ ରୋହିତ ଶର୍ମା ? କଣ କହୁଛି BCCI ନିୟମ

ନୂଆଦିଲ୍ଲୀ,୦୮/୦୯; ‘ହିଟମ୍ୟାନ୍’ ନାମରେ ଜଣାଶୁଣା ରୋହିତ ଶର୍ମାଙ୍କୁ ଏବେ କ୍ରିକେଟ୍ ପଡ଼ିଆ ବ୍ୟତୀତ ଟିଭି ପରଦାରେ ଦେଖିବାକୁ ମିଳିବ । ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ‘ଫ୍ୟାମିଲି ଫୁଲ୍ ହାଉସ୍’ଶୋ ହୋଷ୍ଟ କରିବେ । ଟେଲିଭିଜନରେ ଏହା ତାଙ୍କର ଡେବ୍ୟୁ ହେବ । ସେପ୍ଟେମ୍ବର ୧୯ ତାରିଖରେ ପ୍ରଥମ ଏପିସୋଡ୍ ଆସିବ । ୨୦୨୭ ବିଶ୍ୱକପ ପୂର୍ବରୁ ରୋହିତଙ୍କ ଅବସରକୁ ଅନେକ ଗୁଜବ ଉଠୁଛି । ଯଦିଓ ବିସିସିଆଇ ବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ସ୍ପଷ୍ଟ କରିଛି ଯେ, ରୋହିତ କେଉଁଆଡେ ଯାଉନାହାନ୍ତି । ସେ ଟିମ୍ ସହ ଅଛନ୍ତି । ତେବେ ରୋହିତଙ୍କ ନୂଆ ପଦକ୍ଷେପ ନିଶ୍ଚିତ ଭାବରେ ତାଙ୍କ କ୍ରିକେଟ୍ କ୍ୟାରିୟରର ଶେଷ ପର୍ଯ୍ୟାୟ ଆଡକୁ ଇଙ୍ଗିତ କରୁଥିବା ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ଏହାକୁ ଅବସର ନେବାର ସଙ୍କେତ ବୋଲି ବିବେଚନା କରିବା ଠିକ୍ ହେବ ନାହିଁ ।

ରୋହିତ ଶର୍ମା ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରୁ ଅବସର ନେଇସାରିଛନ୍ତି। ତେବେ ଦିନିକିଆ କ୍ରିକେଟରେ ତାଙ୍କର ଯାତ୍ରା ଜାରି ରହିଛି ଏବଂ ସେ ଭାରତୀୟ ଦଳର ଯୋଜନାର ଏକ ଅଂଶ ଭାବେ ଅଛନ୍ତି । ଏକ ଟିଭି ଶୋ ହୋଷ୍ଟ କରିବା ତାଙ୍କ କ୍ୟାରିୟରର ଏକ ନୂଆ ଦିଗ, କିନ୍ତୁ ଏହାର ଅର୍ଥ ନୁହେଁ ଯେ, ସେ ଦିନିକିଆ କ୍ରିକେଟ୍ ଛାଡିବାକୁ ମନସ୍ଥ କରିଛନ୍ତି । ‘ଫ୍ୟାମିଲି ଫୁଲ୍ ହାଉସ୍’ ହେଉଛି ଏକ ପାରିବାରିକ ମନୋରଞ୍ଜନ ଶୋ’, ଯେଉଁଥିରେ ରୋହିତ ଶର୍ମା ହୋଷ୍ଟ ଭୂମିକା ତୁଲାଇବେ । ଶୋ’ର ସମ୍ପୂର୍ଣ୍ଣ ଫର୍ମାଟ୍ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । କିନ୍ତୁ ଏହାର ପ୍ରମୋସନ୍ ଲୋକଙ୍କ ଦୃଷ୍ଟି ଆକର୍ଷିତ କରିଛି । ପ୍ରୋମୋରେ ରୋହିତଙ୍କ ଅଧିନାୟକତ୍ୱ ଦିନର ପ୍ରସିଦ୍ଧ ‘ଗାର୍ଡେନ୍’ ମନ୍ତବ୍ୟ ମଧ୍ୟ ଦେଖାଯାଇଛି । ଏହା ସ୍ପଷ୍ଟ ଯେ ତାଙ୍କ କ୍ରିକେଟ୍ କ୍ୟାରିୟର ଏବଂ ତାଙ୍କର ମଜାଳିଆ ବ୍ୟକ୍ତିତ୍ୱ ମଧ୍ୟ ଶୋ’ରେ ଦେଖିବାକୁ ମିଳିବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button