ରାଜ୍ୟ
EV Tender: ଟେଣ୍ଡର ତ୍ରୁଟିରେ ବନ୍ତ ବ୍ଲକର ଇଭି ଯୋଜନା ଅଟକିଲା: ୮ ଆବେଦନ ବାତିଲ, ପୁଣି ହେବ ଟେଣ୍ଡର
ବନ୍ତ ବ୍ଲକ ପ୍ରଶାସନର ୭-ସିଟର ଇଭି ଭଡ଼ାରେ ନେବା ଟେଣ୍ଡରରେ ଆସିଥିବା ସମସ୍ତ ୮ଟି ଆବେଦନ ବାତିଲ ହୋଇଛି। ଆବଶ୍ୟକ ଦଲିଲ ଓ ମାନଦଣ୍ଡ ପୂରଣ ନ କରିବାରୁ ଆବେଦନ ଅଯୋଗ୍ୟ ହୋଇଥିବା ବେଳେ ପୁଣି ଟେଣ୍ଡର ଆହ୍ୱାନ ହେବ।

ଭଦ୍ରକ: ସରକାରୀ କାର୍ଯ୍ୟାଳୟରେ ଇଲେକ୍ଟ୍ରିକ୍ ଗାଡ଼ି ବ୍ୟବହାର ନେଇ ସରକାରୀ ନିର୍ଦ୍ଦେଶଥିବା ସତ୍ତ୍ୱେ ବନ୍ତ ବ୍ଲକ ପ୍ରଶାସନରେ ଏହାର କାର୍ଯ୍ୟାନ୍ୱୟନକୁ ନେଇ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ୭-ସିଟର ଇଭି ଗାଡ଼ି ଭଡ଼ାରେ ନେବା ପାଇଁ ହୋଇଥିବା ଟେଣ୍ଡରରେ ଆବେଦନ କରିଥିବା ସମସ୍ତ ୮ ଜଣଙ୍କ ଆବେଦନ ବାତିଲ ହୋଇଥିବାରୁ ପ୍ରକ୍ରିୟା ପୁଣି ଶୂନରୁ ଆରମ୍ଭ ହେବ।
୧୪ ଅଗଷ୍ଟ ୨୦୨୬ରେ ଟେଣ୍ଡର ନୋଟିସ୍ ନଂ-୩୮୩୩ ଜାରି ହୋଇଥିଲା। ମାସିକ ସର୍ବାଧିକ ୫୫ ହଜାର ଟଙ୍କା ଭଡ଼ାରେ ୭-ସିଟର ଇଭି ଗାଡ଼ି ଯୋଗାଇବା ପାଇଁ ମୋଟ ୮ଟି ଆବେଦନ ଆସିଥିଲା। ତେବେ ୩୧ ଅଗଷ୍ଟରେ ଆବେଦନପତ୍ର ଯାଞ୍ଚ ସମୟରେ କୌଣସି ଆବେଦନ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରୁନଥିବା ଦର୍ଶାଇ ସମସ୍ତ ଆବେଦନ ବାତିଲ କରାଯାଇଛି।
ସୌଜନ୍ୟ ସମ୍ବାଦ




