ରାଜ୍ୟ

EV Tender: ଟେଣ୍ଡର ତ୍ରୁଟିରେ ବନ୍ତ ବ୍ଲକର ଇଭି ଯୋଜନା ଅଟକିଲା: ୮ ଆବେଦନ ବାତିଲ, ପୁଣି ହେବ ଟେଣ୍ଡର

ବନ୍ତ ବ୍ଲକ ପ୍ରଶାସନର ୭-ସିଟର ଇଭି ଭଡ଼ାରେ ନେବା ଟେଣ୍ଡରରେ ଆସିଥିବା ସମସ୍ତ ୮ଟି ଆବେଦନ ବାତିଲ ହୋଇଛି। ଆବଶ୍ୟକ ଦଲିଲ ଓ ମାନଦଣ୍ଡ ପୂରଣ ନ କରିବାରୁ ଆବେଦନ ଅଯୋଗ୍ୟ ହୋଇଥିବା ବେଳେ ପୁଣି ଟେଣ୍ଡର ଆହ୍ୱାନ ହେବ।

ଭଦ୍ରକ:  ସରକାରୀ କାର୍ଯ୍ୟାଳୟରେ ଇଲେକ୍ଟ୍ରିକ୍ ଗାଡ଼ି ବ୍ୟବହାର ନେଇ ସରକାରୀ ନିର୍ଦ୍ଦେଶଥିବା ସତ୍ତ୍ୱେ ବନ୍ତ ବ୍ଲକ ପ୍ରଶାସନରେ ଏହାର କାର୍ଯ୍ୟାନ୍ୱୟନକୁ ନେଇ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ୭-ସିଟର ଇଭି ଗାଡ଼ି ଭଡ଼ାରେ ନେବା ପାଇଁ ହୋଇଥିବା ଟେଣ୍ଡରରେ ଆବେଦନ କରିଥିବା ସମସ୍ତ ୮ ଜଣଙ୍କ ଆବେଦନ ବାତିଲ ହୋଇଥିବାରୁ ପ୍ରକ୍ରିୟା ପୁଣି ଶୂନରୁ ଆରମ୍ଭ ହେବ।
୧୪ ଅଗଷ୍ଟ ୨୦୨୬ରେ ଟେଣ୍ଡର ନୋଟିସ୍ ନଂ-୩୮୩୩ ଜାରି ହୋଇଥିଲା। ମାସିକ ସର୍ବାଧିକ ୫୫ ହଜାର ଟଙ୍କା ଭଡ଼ାରେ ୭-ସିଟର ଇଭି ଗାଡ଼ି ଯୋଗାଇବା ପାଇଁ ମୋଟ ୮ଟି ଆବେଦନ ଆସିଥିଲା। ତେବେ ୩୧ ଅଗଷ୍ଟରେ ଆବେଦନପତ୍ର ଯାଞ୍ଚ ସମୟରେ କୌଣସି ଆବେଦନ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରୁନଥିବା ଦର୍ଶାଇ ସମସ୍ତ ଆବେଦନ ବାତିଲ କରାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button