ଦେଶ ବିଦେଶ
Annual function: ଓଡ଼ିଶା ସୋସାଇଟି ୟୁକେର ବାର୍ଷିକ ଉତ୍ସବ ପାଳନ
ଓଡ଼ିଶା ସୋସାଇଟି ଅଫ୍ ୟୁନାଇଟେଡ କିଙ୍ଗଡମର ୪୭ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ଉତ୍ସବସ୍ଥଳ ମାଞ୍ଚେଷ୍ଟରର ଡିଡ୍ସବରୀ ଅନ୍ତର୍ଗତ ସୁନ୍ଦର, ସୁରମ୍ୟ, ସବୁଜିମା ଘେରା ପାର୍ସ୍ ଉଡ୍ ସ୍କୁଲ ପରିସରକୁ ଖୁବ ଭବ୍ୟ ଢଙ୍ଗରେ ସଜାଯାଇଥିବା ଦେଖା ଯାଇଥିଲା।

ମାଞ୍ଚେଷ୍ଟର: ଓଡ଼ିଶା ସୋସାଇଟି ଅଫ୍ ୟୁନାଇଟେଡ କିଙ୍ଗଡମ (ଓସୁକ)ର ୪୭ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳନ କରାଯାଇଥିବା ଜଣାଯାଇଛି। ଏହି ଉପଲକ୍ଷେ ଉତ୍ସବସ୍ଥଳ ମାଞ୍ଚେଷ୍ଟରର ଡିଡ୍ସବରୀ ଅନ୍ତର୍ଗତ ସୁନ୍ଦର, ସୁରମ୍ୟ, ସବୁଜିମା ଘେରା ପାର୍ସ୍ ଉଡ୍ ସ୍କୁଲ ପରିସରକୁ ଖୁବ ଭବ୍ୟ ଢଙ୍ଗରେ ସଜାଯାଇଥିବା ଦେଖା ଯାଇଥିଲା। ଡକ୍ଟର ସାଧନା ଭଟନାଗର ଙ୍କର ତତ୍ତ୍ୱାବଧାନରେ ଗୁରଶବଦ କୌର ଓ ପରବ୍ରହ୍ମ ସିଂହ ଏହି ସାଜସଜ୍ଜା ସମ୍ପନ୍ନ କରିଥିଲେ। ଇଂଲଣ୍ଡ , ଆୟରଲ୍ୟାଣ୍ଡ ଓ ବିଦେଶରୁ ଆସିଥିବା ଓସୁକର ପ୍ରାୟ ଏକ ହଜାର ସଦସ୍ୟ, ପଦାଧିକାରୀ ଓ ଶୁଭେଚ୍ଛୁ ତଥା ସେମାନଙ୍କର ପରିବାର ବର୍ଗ ଏହି ଦୁଇ ଦିନିଆ ମହୋତ୍ସବରେ ଅଂଶଗ୍ରହଣ କରିଥିଲେ। ଶିଖ୍ ସମ୍ପ୍ରଦାୟର ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




