ଜାତୀୟ

Ujjain Khade Hanuman: ରାସ୍ତା ନିର୍ମାଣ ଲାଗି ହନୁମାନଙ୍କୁ ହଟାଇବାକୁ ଉଦ୍ୟମ: ଫେଲ୍ ମାରିଲା ଟେକ୍ନୋଲୋଜି, ଘୁଞ୍ଚିଲାନି ମୂର୍ତ୍ତି

ମଧ୍ୟପ୍ରଦେଶ ୦୯/୦୯: ମଧ୍ୟପ୍ରଦେଶର ଉଜ୍ଜୟିନୀ ସ୍ଥିତ ଏକ ହନୁମାନ ମନ୍ଦିର ଏବେ ଆକର୍ଷଣର କେନ୍ଦ୍ର । ରାସ୍ତା ଚଉଡ଼ା କରିବା ପାଇଁ ହନୁମାନ ମୂର୍ତ୍ତିକୁ ଘୁଞ୍ଚାଇବାକୁ ଚେଷ୍ଟା କରାଯାଉଥିଲା । ବାରମ୍ବାର ପ୍ରୟାସ ସତ୍ତେ୍ୱ ମୂର୍ତ୍ତି ନିଜ ସ୍ଥାନରୁ ଟିକିଏ ବି ହଲିଲାନି । ଉଜ୍ଜୟିନୀର କଂଠାଲ ଚୌରାହ-ଛତ୍ରୀ ଛକ ରୋଡ୍‌ରେ ଖଡ଼େ ହନୁମାନ ମନ୍ଦିର ଦଣ୍ଡାୟମାନ । ସେଠାରେ ଏବେ ରାସ୍ତା-ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି । ସ୍ଥାନୀୟ ଲୋକଙ୍କ ଦାବି ଯେ ମନ୍ଦିର ପ୍ରାୟ ୧୭୦ ବର୍ଷ ପୁରୁଣା ।

ଉଜ୍ଜୟିନୀର ପ୍ରମୁଖ ପର୍ବ ସିଂହସ୍ଥ୨୦୨୮ର ପ୍ରସ୍ତୁତି ଲାଗି ରାସ୍ତା ଚଉଡ଼ା କରାଯାଉଛି । ପ୍ରତି ୧୨ ବର୍ଷରେ ଥରେ ପଡୁଥିବା ଏହି ପର୍ବରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଆଗମନ ହୁଏ । ଏହା ୪ କୁମ୍ଭ ମେଳା ମଧ୍ୟରେ ଅନ୍ୟତମ, ଯେଉଁଥିରେ ସିପ୍ରା ନଦୀରେ ପବିତ୍ର ବୁଡ଼ ପକାଇବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଉଜ୍ଜୟିନୀକୁ ଆସନ୍ତି । ଏହି ପର୍ବ ମୁଖ୍ୟତଃ ଶିବ ଭଗବାନ ଓ ଉଜ୍ଜୟିନୀରେ ମନ୍ଦିରମାନଙ୍କର ପୂଜାର୍ଚ୍ଚନା ସହ ଜଡ଼ିତ । ଏହାକୁ ଦୃଷ୍ଟିରେ ରଖି ଉଜ୍ଜୟିନୀ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ଖଡ଼େ ହନୁମାନଙ୍କ ମୂର୍ତ୍ତିକୁ ସୁରକ୍ଷିତ ଭାବେ ଟାଙ୍କି ଛକ ନିକଟସ୍ଥ ଏକ ନୂଆ ସ୍ଥାନକୁ ନେବାର ଯୋଜନା କରିଥିଲେ ।

ମୂର୍ତ୍ତି ଚତୁଃପାର୍ଶ୍ର ଅଧିକାଂଶ ମନ୍ଦିର ଢାଞ୍ଚା ଭଙ୍ଗା ସରିଥିବା ବେଳେ ଖଡ଼େ ହନୁମାନ ମୂର୍ତ୍ତି ନିଜର ମୂଳ ସ୍ଥାନରେ ରହିଛନ୍ତି । ଅଧିକାରୀ ଓ କର୍ମଚାରୀମାନେ ଭାରୀ ମେସିନ୍ ସାହାଯ୍ୟରେ ମୂର୍ତ୍ତିକୁ ସ୍ଥାନାନ୍ତର କରିବାକୁ ଅନେକ ପ୍ରୟାସ କଲେ, କିନ୍ତୁ ସଫଳ ହୋଇପାରିଲେ ନାହିଁ । ଗତ କିଛି ଦିନ ହେଲା ୪ ଥର ପ୍ରୟାସ କରିଛନ୍ତି, କିନ୍ତୁ କିଛି ଲାଭ ହୋଇନାହିଁ । ମୂର୍ତ୍ତିକୁ କିପରି ସୁରକ୍ଷିତ ସ୍ଥାନାନ୍ତର କରାଯିବ, ତା’ର ନିଷ୍ପତ୍ତି ପୂର୍ବରୁ କର୍ତ୍ତୃପକ୍ଷମାନେ ଏବେ ମୂର୍ତ୍ତିର ଆଧାର ଓ ଚତୁଃପାର୍ଶ୍ୱ ଢାଞ୍ଚାକୁ ଯାଞ୍ଚ କରୁଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button