ଦେଶ ବିଦେଶ

UP: ୟୁପିରେ ବିଜେପିର ୧୨୫ରୁ ୧୨୮ ବିଧାୟକଙ୍କ ଟିକଟ କଟିପାରେ, ଦଳୀୟ ସର୍ଭେ ରିପୋର୍ଟରେ ବଢ଼ିଲା ଚିନ୍ତା

ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ବିଜେପି ଭିତରେ ଟିକଟ କଟା ନେଇ ଆଲୋଚନା ଜୋର ଧରିଛି। ଦଳର ଗୋପନୀୟ ଓ ବହୁସ୍ତରୀୟ ଆଭ୍ୟନ୍ତରୀଣ ସର୍ଭେରେ ପ୍ରାୟ ୧୨୫ରୁ ୧୨୮ ଜଣ ବର୍ତ୍ତମାନର ବିଧାୟକଙ୍କ ବିରୋଧରେ ନିଜ ନିଜ ନିର୍ବାଚନମଣ୍ଡଳୀରେ ତୀବ୍ର ଜନଅସନ୍ତୋଷ ଥିବା ଜଣାପଡ଼ିଛି।

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ବିଜେପି ଭିତରେ ଟିକଟ କଟା ନେଇ ଆଲୋଚନା ଜୋର ଧରିଛି। ଦଳର ଗୋପନୀୟ ଓ ବହୁସ୍ତରୀୟ ଆଭ୍ୟନ୍ତରୀଣ ସର୍ଭେରେ ପ୍ରାୟ ୧୨୫ରୁ ୧୨୮ ଜଣ ବର୍ତ୍ତମାନର ବିଧାୟକଙ୍କ ବିରୋଧରେ ନିଜ ନିଜ ନିର୍ବାଚନମଣ୍ଡଳୀରେ ତୀବ୍ର ଜନଅସନ୍ତୋଷ ଥିବା ଜଣାପଡ଼ିଛି। ତେଣୁ ଏହି ବିଧାୟକମାନଙ୍କ ମଧ୍ୟରୁ ଅନେକଙ୍କ ଟିକଟ କଟିବା ଏବଂ ସେମାନଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦିଆଯିବାର ସମ୍ଭାବନା ରହିଛି। ଏହି ସର୍ଭେ ୪୦୩ଟି ଯାକ ବିଧାନସଭା ଆସନରେ କରାଯାଇଥିବା ରିପୋର୍ଟରେ କୁହାଯାଇଛି।

ବିଜେପି ଉତ୍ତରପ୍ରଦେଶକୁ ସାଂଗଠନିକ ଭାବେ ୬ଟି ଅଞ୍ଚଳରେ ବିଭକ୍ତ କରିଛି। ସର୍ଭେ ଆଧାରରେ ପଶ୍ଚିମ ଅଞ୍ଚଳର ୭୧ଟି ଆସନରୁ ୨୩ରୁ ୨୫ ଜଣ ବିଧାୟକଙ୍କ ଟିକଟ କଟିପାରେ। ବ୍ରଜ ଅଞ୍ଚଳର ୬୫ଟି ଆସନରୁ ୨୪ରୁ ୨୬, ଅବଧ ଅଞ୍ଚଳର ୮୨ଟି ଆସନରୁ ୨୬ରୁ ୨୮, କାନପୁର ଅଞ୍ଚଳର ୫୨ଟି ଆସନରୁ ୨୨ରୁ ୨୪, କାଶୀ ଅଞ୍ଚଳର ୭୨ଟି ଆସନରୁ ୧୯ରୁ ୨୧ ଏବଂ ଗୋରଖପୁର ଅଞ୍ଚଳର ୬୨ଟି ଆସନରୁ ୧୮ରୁ ୨୨ ଜଣଙ୍କ ଟିକଟ କଟିବାର ଆକଳନ କରାଯାଇଛି। ଏଥିରେ କେତେକ ମନ୍ତ୍ରୀ ଓ ବରିଷ୍ଠ ବିଧାୟକଙ୍କ ନାମ ମଧ୍ୟ ଥିବା ସୂଚନା ମିଳିଛି।

୨୦୨୭ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟଥର ସରକାର ଗଠନ କରିବା ବିଜେପିର ଲକ୍ଷ୍ୟ। ଗତ ଦେଢ଼ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଅଧିକାଂଶ ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ୨୦୨୨ରେ ବିଜେପି ୨୫୫ଟି ଆସନ ଜିତିଥିଲା ଏବଂ ନିଜ ସହଯୋଗୀ ଦଳଗୁଡ଼ିକ ସହ ଏନ୍‌ଡିଏ ୨୭୩ଟି ଆସନ ପାଇଥିଲା। ୪୦୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୨୦୨ଟି ଆସନ ଆବଶ୍ୟକ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button