ଜାତୀୟ

Human Waste Concrete: ଭାରତୀୟ ବୈଜ୍ଞାନିକଙ୍କ ବଡ଼ ଉପଲବ୍ଧି, ମଣିଷ ମଳରୁ ତିଆରି ହେଲା ଶକ୍ତିଶାଳୀ କଂକ୍ରିଟ

ନୂଆଦିଲ୍ଲୀ ୧୦/୦୯: ଭାରତୀୟ ବୈଜ୍ଞାନିକମାନେ ମାନବ ମଳରୁ ଏକ ନୂଆ ପ୍ରକାର କଂକ୍ରିଟ ପ୍ରସ୍ତୁତ କରିଛନ୍ତି । ପାରମ୍ପରିକ କଂକ୍ରିଟ ତୁଳନାରେ ଏହା ଖୁବ୍ ଶକ୍ତିଶାଳୀ ବୋଲି ସେମାନେ କହିଛନ୍ତି । ମଣିପାଲ ବିଶ୍ୱବିଦ୍ୟାଳୟ ଜୟପୁରର ସିଭିଲ ଇଞ୍ଜିନିୟର ରଘୁବେଶ ତିୱାରୀଙ୍କ ନେତୃତ୍ୱରେ ବୈଜ୍ଞାନିକମାନେ ଏହି ସ୍ୱତନ୍ତ୍ର କଂକ୍ରିଟ ପ୍ରସ୍ତୁତ କରିଛନ୍ତି । ୱାରଙ୍ଗଲ ସ୍ଥିତ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ସେମାନେ ସଂଗ୍ରହ କରିଥିବା ମାନବ ମଳରୁ ବାୟୋଚାର ପ୍ରସ୍ତୁତ କରିଥିଲେ ।

ବାୟୋଚାର ଏକ କାର୍ବନ- ସମୃଦ୍ଧ ପଦାର୍ଥ, ଯାହା ଖୁବ୍ କମ୍ ଅମ୍ଳଜାନଯୁକ୍ତ ପରିବେଶରେ ଜୈବ ଉପାଦାନକୁ ଗରମ କରିବା ଦ୍ୱାରା ଉତ୍ପନ୍ନ ହୋଇଥାଏ । ଅଧ୍ୟୟନରେ ପ୍ରକ୍ରିୟାକୃତ ମଳକୁ ଶୁଖାଗଲା ଏବଂ ୩୫୦-୪୫୦ ଡିଗ୍ରୀ ସେଲ୍‌ସିୟସ୍ ତାପମାତ୍ରାରେ ଗରମ କରାଗଲା । ତା’ପରେ ଏହାକୁ ଗୁଣ୍ଡରେ ରୂପାନ୍ତର କରାଗଲା । ଗବେଷକମାନେ କଂକ୍ରିଟରେ ୫%, ୧୦% ଓ ୧୫% ସିମେଣ୍ଟ ବଦଳରେ ବର୍ଜ୍ୟ-ଆଧାରିତ ବାୟୋଚାର ମିଶାଇଲେ । ଏହି ନମୁନାକୁ ସାମର୍ଥ୍ୟ, ଜଳ ଅବଶୋଷଣ, ସଙ୍କୋଚନ ଓ ଅବଶୋଷଣ ନିମନ୍ତେ ପରୀକ୍ଷା କଲେ । ଫଳ ବେଶ ସନ୍ତୋଷଜନକ ଥିଲା । ୯୧ ଦିନ ପରେ, ୫ ପ୍ରତିଶତ ବାୟୋଚାରଯୁକ୍ତ କଂକ୍ରିଟର ସଙ୍କୋଚନ ସାମର୍ଥ୍ୟରେ ୨୦% ଓ ନମନୀୟ ସାମର୍ଥ୍ୟରେ ୩୬% ବୃଦ୍ଧି ଦେଖାଗଲା । ୧୦ ପ୍ରତିଶତ ବାୟୋଚାର ମିଶ୍ରିତ କଂକ୍ରିଟର ନମନୀୟ ଓ ସଙ୍କୋଚନ ସାମର୍ଥ୍ୟ ଯଥାକ୍ରମେ ୪୨% ଓ ୨୧% ପ୍ରତିଶତ ଥିଲା ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button