ଦେଶ ବିଦେଶ
GDP: ଭାରତ ବିଶ୍ବ ଅଭିବୃଦ୍ଧିର ଇଞ୍ଜିନ: ଆଇଏମ୍ଏଫ୍ ନୂଆ ଜିଡିପି ହିସାବ ପଦ୍ଧତିକୁ ସ୍ବାଗତ
ଭାରତୀୟ ଅର୍ଥନୀତିର ପ୍ରଦର୍ଶନକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପ୍ରଶଂସା କରି ଏହାକୁ ବିଶ୍ବ ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ କହିଚି। ଶକ୍ତି ସଙ୍କଟ ଓ ବିଶ୍ବସ୍ତରରେ ବିଭିନ୍ନ ପ୍ରକାର ଆହ୍ବାନ ଲାଗିରହିଥିବା ସତ୍ତ୍ବେ ଭାରତୀୟ ଅର୍ଥନୀତି ଏହାର ଦ୍ରୁତ ଗତି ବଜାୟ ରଖିପାରିଥିବା ଏହି ଅନ୍ତର୍ଜାତୀୟ ସଂସ୍ଥା ଜଣାଇଛି।

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ପ୍ରଦର୍ଶନକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପ୍ରଶଂସା କରି ଏହାକୁ ବିଶ୍ବ ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ କହିଚି। ଶକ୍ତି ସଙ୍କଟ ଓ ବିଶ୍ବସ୍ତରରେ ବିଭିନ୍ନ ପ୍ରକାର ଆହ୍ବାନ ଲାଗିରହିଥିବା ସତ୍ତ୍ବେ ଭାରତୀୟ ଅର୍ଥନୀତି ଏହାର ଦ୍ରୁତ ଗତି ବଜାୟ ରଖିପାରିଥିବା ଏହି ଅନ୍ତର୍ଜାତୀୟ ସଂସ୍ଥା ଜଣାଇଛି। ଚଳିତ ଆର୍ଥିକବର୍ଷ ୨୦୨୬-୨୭ର ପ୍ରଥମ ତ୍ରୈମାସିକରେ ଦେଶର ବାସ୍ତବ ଜିଡିପି ୭.୮% ବୃଦ୍ଧି ପାଇଛି। ଏହି ଅଭିବୃଦ୍ଧି ଆଶାଠାରୁ ଅଧିକ ବୋଲି ଆଇଏମ୍ଏଫ୍ କହିଛି।
ସୌଜନ୍ୟ ସମ୍ବାଦ




