ଦେଶ ବିଦେଶ

Namo Drone: ନମୋ ଡ୍ରୋନ୍‌ ଦିଦି: ୟୁପିରେ ଗ୍ରାମୀଣ ମହିଳା ଚଳାଉଛନ୍ତି କୃଷି ଡ୍ରୋନ୍‌

ଉତ୍ତରପ୍ରଦେଶର ଗ୍ରାମାଞ୍ଚଳ ମହିଳାମାନେ ଏବେ କୃଷି ଡ୍ରୋନ୍‌ ଚଳାଇ ନୂଆ ରୋଜଗାରର ସୁଯୋଗ ସୃଷ୍ଟି କରୁଛନ୍ତି। ନମୋ ଡ୍ରୋନ୍‌ ଦିଦି ଯୋଜନା ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଡ୍ରୋନ୍‌ ଯୋଗାଇବା ସହ ଏହାର ପରିଚାଳନା ପାଇଁ ପ୍ରଶିକ୍ଷଣ ଦିଆଯାଉଛି।

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗ୍ରାମାଞ୍ଚଳ ମହିଳାମାନେ ଏବେ କୃଷି ଡ୍ରୋନ୍‌ ଚଳାଇ ନୂଆ ରୋଜଗାରର ସୁଯୋଗ ସୃଷ୍ଟି କରୁଛନ୍ତି। ନମୋ ଡ୍ରୋନ୍‌ ଦିଦି ଯୋଜନା ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଡ୍ରୋନ୍‌ ଯୋଗାଇବା ସହ ଏହାର ପରିଚାଳନା ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଡ୍ରୋନ୍‌ ମାଧ୍ୟମରେ ଚାଷଜମିରେ ସାର ଓ କୀଟନାଶକ ସିଞ୍ଚନ କରାଯାଇପାରୁଛି।

ଏହି କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଅଧୀନରେ ୨୦୨୩-୨୪ରୁ ୨୦୨୫-୨୬ ପର୍ଯ୍ୟନ୍ତ ୧,୨୬୧ କୋଟି ଟଙ୍କା ବ୍ୟୟରେ ୧୫,୦୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ କୃଷି ଡ୍ରୋନ୍‌ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ଡ୍ରୋନ୍‌ ଓ ଏହାର ସହାୟକ ଉପକରଣ ମୂଲ୍ୟର ୮୦% ପର୍ଯ୍ୟନ୍ତ ତଥା ସର୍ବାଧିକ ୮ ଲକ୍ଷ ଟଙ୍କା କେନ୍ଦ୍ରୀୟ ସହାୟତା ମିଳୁଛି। ଅବଶିଷ୍ଟ ଅର୍ଥ ଏସ୍‌ଏଚ୍‌ଜିର କ୍ଲଷ୍ଟର ଲେଭଲ୍‌ ଫେଡେରେସନ୍‌ ଋଣ ଭାବେ ଉଠାଇପାରିବ। ଏହି ଯୋଜନା କେବଳ ଡ୍ରୋନ୍‌ ଯୋଗାଣରେ ସୀମିତ ନୁହେଁ। ପ୍ରତି ଏସ୍‌ଏଚ୍‌ଜିର ଜଣେ ସଦସ୍ୟଙ୍କୁ ଡ୍ରୋନ୍‌ ପାଇଲଟ୍‌ ଏବଂ ଅନ୍ୟ ଜଣଙ୍କୁ ଡ୍ରୋନ୍‌ ଆସିଷ୍ଟାଣ୍ଟ ଭାବେ ପ୍ରଶିକ୍ଷଣ ଦିଆଯାଉଛି। ଆସିଷ୍ଟାଣ୍ଟ ଡ୍ରୋନ୍‌ର ମରାମତି ଓ ରକ୍ଷଣାବେକ୍ଷଣରେ ସହାୟତା କରନ୍ତି।

୨୦୨୬ ଜାନୁଆରି ସୁଦ୍ଧା ଦେଶରେ ଲିଡ୍‌ ଫର୍ଟିଲାଇଜର କମ୍ପାନିଗୁଡ଼ିକ ୧,୦୯୪ଟି ଡ୍ରୋନ୍‌ ଏସ୍‌ଏଚ୍‌ଜିଗୁଡ଼ିକୁ ବଣ୍ଟନ କରିଥିଲେ। ସେଥିରୁ ୫୦୦ଟି ନମୋ ଡ୍ରୋନ୍‌ ଦିଦି ଯୋଜନା ଅଧୀନରେ ଦିଆଯାଇଛି। ଉତ୍ତରପ୍ରଦେଶରେ ୧୨୮ ଜଣ ଏସ୍‌ଏଚ୍‌ଜି ସଦସ୍ୟ ଡ୍ରୋନ୍‌ ପାଇଲଟ୍‌ ଭାବେ ପ୍ରଶିକ୍ଷଣ ନେଇଛନ୍ତି। ଏହି ଯୋଜନା ମହିଳାଙ୍କୁ ବୈଷୟିକ ଦକ୍ଷତା ସହ ଅତିରିକ୍ତ ଆୟର ସୁଯୋଗ ଦେବା ଓ କୃଷିରେ ଆଧୁନିକପ୍ରଯୁକ୍ତିର ବ୍ୟବହାର ବଢ଼ାଇବାକୁ ଲକ୍ଷ୍ୟ ରଖିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button