ରାଜ୍ୟ

Small Hydropower Projects: କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ: ୧୮୫ ସ୍ଥାନ ଚିହ୍ନଟ

କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି। ବଣ ପାହାଡ଼ ଘେରା ବଲାଙ୍ଗୀର, ବରଗଡ଼, ମାଲକାନଗିରି, ରାୟଗଡ଼ା, କୋରାପୁଟ ପରି ଜିଲ୍ଲାରେ ୧୮୫ଟି ଏଭଳି ସ୍ଥାନ ରହିଛି, ଯେଉଁଠାରେ କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା କରାଯାଇପାରିବ।

ଭୁବନେଶ୍ୱର: କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ଓଡ଼ିଶାରେ ବ୍ୟାପକ ସୁଯୋଗ ରହିଛି। ବଣ ପାହାଡ଼ ଘେରା ବଲାଙ୍ଗୀର, ବରଗଡ଼, ମାଲକାନଗିରି, ରାୟଗଡ଼ା, କୋରାପୁଟ ପରି ଜିଲ୍ଲାରେ ୧୮୫ଟି ଏଭଳି ସ୍ଥାନ ରହିଛି, ଯେଉଁଠାରେ କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା କରାଯାଇପାରିବ। ଏହି ପ୍ରକଳ୍ପରୁ ୨ ଜିଗାୱଟ ବିଦ୍ୟୁତ ଉତ୍ପାଦନ ହେବ, ଯାହାକି ଓଡ଼ିଶାର ବିଦ୍ୟୁତ୍‌ ଚାହିବାକୁ ହ୍ରାସ କରିବ। ବିଦ୍ୟୁତ ତାରିଫ କମିବ। ଅଧିକ ଶକ୍ତି ଉତ୍ପାଦନ ହେବ। ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ସ୍ଥାନରେ ପ୍ରକଳ୍ପ କରିବାକୁ ଟେଣ୍ଡର ହୋଇଛି। ତିନିରୁ ଚାରି ବର୍ଷ ମଧ୍ୟରେ କାମ ସରିବ। ସେଠାରୁ ୯୩.୯୫ ମେଗାୱାଟ ବିଦ୍ୟୁତ୍‌ ଉତ୍ପାଦନର ସମ୍ଭାବନା ରହିଛି ବୋଲି ଶକ୍ତି ବିଭାଗ, ଗ୍ରିଡ୍‌କୋ ଓ ‘ଆଇଫରେଷ୍ଟ’ର ମିଳିତ ସହଯୋଗରେ ଆଜି ହୋଟେଲ ମେ’ ଫେୟାରରେ ଆୟୋଜିତ ଅଂଶୀଦାରଙ୍କ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି।

ଭାରତରେ ଆକଳନ କରାଯାଇଥିବା ୨୧,୧୩୩ ମେଗାୱାଟ୍ କ୍ଷୁଦ୍ର ଜଳବିଦ୍ୟୁତ୍ ସମ୍ଭାବନା ମଧ୍ୟରୁ ମାତ୍ର ୫,୧୭୧ ମେଗାୱାଟ୍ ବିନିଯୋଗ ହୋଇପାରିଛି। ଓଡ଼ିଶା ପାଇଁ ଏହି ନୀତିଗତ ଦିଗଦର୍ଶନକୁ ଏକ ବାସ୍ତବିକ ଓ ନିବେଶ-ଅନୁକୂଳ କାର୍ଯ୍ୟପନ୍ଥାରେ ପରିଣତ କରିବାକୁ କେନ୍ଦ୍ର ନୂତନ ଏବଂ ନବୀକରଣଯୋଗ୍ୟ ଉର୍ଜା ମନ୍ତ୍ରଣାଳୟ(ଏମ୍‌ଏନ୍‌ଆରଇ)ର କ୍ଷୁଦ୍ର ଜଳବିଦ୍ୟୁତ୍ ବିକାଶ ଯୋଜନା(୨୦୨୬-୨୭ରୁ ୨୦୩୦-୩୧)ରେ ଓଡ଼ିଶାରେ ପ୍ରାୟ ୨୦୦ଟି ପ୍ରକଳ୍ପ ଜରିଆରେ ୧,୫୦୦ ମେଗାୱାଟ୍‌ର ନୂତନ କ୍ଷୁଦ୍ର ଜଳବିଦ୍ୟୁତ୍ କ୍ଷମତା ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତି ପାଇଁ ୩୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ବ୍ୟବସ୍ଥା ରହିଛି। ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଅଧିକ ଜମି ଅଧିଗ୍ରହଣ ବିନା ଜଳସେଚନ କେନାଲ ଓ ଜଳପ୍ରବାହକୁ ବ୍ୟବହାର କରି କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ ପରିବେଶ ଓ ବିକାଶ ଦୃଷ୍ଟିରୁ ଲାଭପ୍ରଦ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ ଦେବ, ଓପିଟିସିଏଲ୍‌ ଅଧ୍ୟକ୍ଷ ଭାସ୍କର ଜ୍ୟୋତି ଶର୍ମା, ଗ୍ରିଡକୋର ପରିଚାଳନା ନିର୍ଦ୍ଦେଶକ ସତ୍ୟପ୍ରିୟ ରଥ, ଆଇଫରେଷ୍ଟର ପ୍ରୋଗ୍ରାମ ଡେଭଲପମେଣ୍ଟ ଡାଇରେକ୍ଟର ମାଣ୍ଡବୀ ସିଂହ  ଉପସ୍ଥିତ ରହିଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button