ରାଜ୍ୟ

Plastic rice : ପାଣିରେ ଭାସୁଛି, ନିଆଁରେ ଜଳୁଛି… ରାସନରେ ମିଳୁଛି ପ୍ଲାଷ୍ଟିକ୍ ମିଶା ଚାଉଳ !

ମାଣତ୍ରୀ, ୧୨/୯ : ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଅନୁର୍ଗତ ପାଉଁଶିଆ ପଞ୍ଚାୟତ ଦ୍ୱାରା ଗତ ଜୁଲାଇ ଓ ଅଗଷ୍ଟ ମାସରେ ରାସନ କାର୍ଡଧାରୀମାନଙ୍କୁ ସରକାରଙ୍କ ତରଫରୁ ଚାଉଳ ଦିଆଯାଇଥିଲା । ଉକ୍ତ ଚାଉଳରେ ଦୁଇ କେଜି ଚାଉଳରୁ ପ୍ରାୟ ୨୦୦ ଗ୍ରାମ୍‌ ପ୍ଲାଷ୍ଟିକ୍‌ ଚାଉଳ ମିଶି ଥିବାର ଅଭିଯୋଗ ହୋଇଛି । କାଣିମହୁଲି ଗ୍ରାମର ଦୁଲାରାମ ମୁର୍ମୁଙ୍କ କହିବା ଅନୁଯାଇ ପାଉଁସିଆ ପଞ୍ଚାୟତରେ ଗତ ଦୁଇ ମାସ ପାଇଁ ମିଳିଥିବା ରାସନ ଚାଉଳ ରେ ପ୍ଲାଷ୍ଟିକ ଚାଉଳ ଦେଖିବା ପାଇଁ ମିଳିଥିଲା ।

ମିଳିଥିବା ଚାଉଳକୁ ପାଣିରେ ବତୁରାଇଲେ ମଧ୍ୟ ସମ୍ପୂର୍ଣ୍ଣ ଚାଉଳ ବତରୁ ନାହିଁ । କିଛି ଚାଉଳ ପାଣି ଉପରେ ଭାସୁଛି ଓ ପାଣି ନିଗାଡି ଦେଲା ପରେ କିଛି ଚାଉଳ ଉପରେ ଅଲଗା ପ୍ରକାରର ଦେଖା ଯାଉଛି । ତାକୁ ଶିଳ ଦ୍ୱାରା ଛେଚିଲେ ବି ସହଜରେ ଗୁଣ୍ଡ ହେଉ ନାହିଁ ବରଂ ଚେପା ହେଇ ଯାଉଅଛି । ସେହିପରି ଚାଉଳକୁ ନିଆଁରେ ପୋଡିଲେ ପ୍ଲାଷ୍ଟିକ ଭଳିଆ ଜଳୁଛି । ଏବାବଦରେ ବଡ଼ସାହି ଯୋଗାଣ ସହାୟକ ଆଲୋକ କୁମାର ବାରିକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ ଦୁଲାରାମ ବାବୁ ମୋତେ ଏବାବଦରେ ଜଣାଇଛନ୍ତି, କିନ୍ତୁ ମୁଁ ଏପର୍ଯ୍ୟନ୍ତ ଦେଖିନି, ସେହି ପ୍ଲାଷ୍ଟିକ ଚାଉଳ କହୁଥିବା ଚାଉଳ ମୋତେ ଆଣି ଦେଖେଇବା ପରେ ମୁଁ ମୋର ଉପର ଅଫିସଙ୍କୁ କହିବି । ତେଣୁ ପାଉଁଶିଆ ପଞ୍ଚାୟତରେ ଯେଉଁ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଚାଉଳ ସପ୍ଲାଏ କରାଯାଉଅଛି ଏଥିରେ ପ୍ରବଳ ମାତ୍ରାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି । ପାଉଁଶିଆ ପଞ୍ଚାୟତକୁ ଚାଉଳ କେଉଁ ଡିପୋରୁ, କେଉଁ ଅଧିକାରୀଙ୍କ ଆଦେଶରେ ଏବଂ କେତେ କୁଇଣ୍ଟାଲ ଓ କେଉଁ ପ୍ରକାରର ଚାଉଳ ଆସୁଛି ଏହି ଦିଗ ପ୍ରତି ନଜର ଦେଲେ ସମସ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିପାରନ୍ତା । ଏହା ଛଡା ଏହି ମହା ଘୋଟାଲା ପଛରେ କେବଳ ବିଭାଗୀୟ ଅଧିକାରୀ ମାନଙ୍କ ହାତ ରହିଛି ତାହା ସାଧାରଣରେ ତଦନ୍ତ ଦାବି ହେଉଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button