ଦେଶ ବିଦେଶ

କଂଗ୍ରେସ ବ୍ରିକ୍ସ ନେତାଙ୍କୁ ଦିଆଯାଇଥିବା ଖାଦ୍ୟକୁ ନେଇ ରାଜନୀତି ନ କରୁ: ବିଜେପି

ବ୍ରିକ୍ସ ସମ୍ମିଳନୀ ଡିନର ପାର୍ଟିରେ ସମ୍ପୂର୍ଣ୍ଣ ନିରାମିଷ ଖାଦ୍ୟ ପରିବେଷଣ କରାଯିବାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରବିବାର ସାମାଜିକ ଗଣମାଧ୍ୟମରେ...

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀ ଡିନର (ରାତ୍ରୀ ଭୋଜନ) ପାର୍ଟିରେ ସମ୍ପୂର୍ଣ୍ଣ ନିରାମିଷ ଖାଦ୍ୟ ପରିବେଷଣ କରାଯିବାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରବିବାର ସାମାଜିକ ଗଣମାଧ୍ୟମରେ କରିଥିବା ଏକ ପୋଷ୍ଟ ପରେ ଏହି ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ଏକ ପୋଷ୍ଟ କରି କହିଛନ୍ତି, ୮୦% ଭାରତୀୟ ନନ୍‌ ଭେଜିଟାରିଆନ୍‌; ଭାରତରେ ଆମିଷ ଭୋଜନ ମଧ୍ୟ ସ୍ବାଦି‌ଷ୍ଟ ହୋଇଥାଏ।

ଜବାବରେ କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ ପୋଷ୍ଟ କରି ଲେଖିଛନ୍ତି, ମୁଁ ବିଶ୍ବାସ କରିପାରୁ ନାହିଁ କି କଂଗ୍ରେସ ପାର୍ଟି ବ୍ରିକ୍ସ ଦେଶମାନଙ୍କ ନେତାମାନଙ୍କୁ ଦିଆଯାଇଥିବା ଖାଦ୍ୟ ଉପରେ ମଧ୍ୟ ରାଜନୀତି କରୁଛନ୍ତି। ଆମର ଅତିଥି ଭାରତୀୟ ନିରାମିଷ ଭୋଜନର ମଧ୍ୟ ଆନନ୍ଦ ନେଇଛନ୍ତି, ଯାହା ସ୍ବାଦ ଓ ପୋଷଣରେ ଭରପୂର ଥିଲା ଓ ଯେଉଁଥିରେ ଅଲଗା ଅଲଗା କ୍ଷେତ୍ରର ପରମ୍ପରାର ଝଲକ୍‌ ରହିଥିଲା।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭାରତ ମଣ୍ଡପମରେ ବ୍ରିକ୍ସ ଶିଖର ସମ୍ମିଳନୀର ନେତା ଓ ପ୍ରତିନିଧିମାନଙ୍କ ପାଇଁ ରାତ୍ରୀ ଭୋଜନର ଆୟୋଜନ କରିଥିଲେ। ରାତ୍ରୀ ଭୋଜନ ମେନୁରେ ବିଭିନ୍ନ ପନିପରିବା ସହିତ ପନିର, ବିଟ୍ ରୁଟ୍ ରାଇତା, ଗୁଜୁରାଟୀ ଖଣ୍ଡଭି ଓ ବାଜରା ପୁଲାଓ ପରି ଖାଦ୍ୟ ଅନ୍ତର୍ଭୁକ୍ତ ଥିଲା। ମିଠା ପାଇଁ ‘ଜଲେବି ସହିତ ଓଲ୍ଡ ଦିଲ୍ଲୀ ଫ୍ରୁଟ୍‌ କ୍ରିମ୍’ ଓ ‘ଶାହଟୁଟ୍‌ ଫିର୍ନି’ ପରିବେଷଣ କରାଯାଇଥିଲା। ରାହୁଲ ଗାନ୍ଧୀ ତାଙ୍କ ପୋଷ୍ଟରେ ବ୍ରିକ୍ସ ଡିନର ପାର୍ଟି ସମ୍ପର୍କରେ ସିଧାସଳଖ କିଛି ଉଲ୍ଲେଖ କରିନଥିଲେ।

କିନ୍ତୁ କଂଗ୍ରେସ ମିଡିଆ ଓ ପ୍ରଚାର ବିଭାଗ ମୁଖ୍ୟ ପବନ ଖେଡା ବ୍ରିକ୍ସ ଡିନର ପାର୍ଟି ମେନୁର ସ୍କ୍ରିନ୍‌ସଟ୍‌ ସେୟାର କରି ବିଜେପିକୁ ସମାଲୋଚନା କରିଥିଲେ। ‘ଏକ୍ସ’ରେ ଏକ ପୋଷ୍ଟ କରି ଖେଡା ଲେଖିଛନ୍ତି ଯେ, ବିଜେପିର ଖାଦ୍ୟପେୟ ପସନ୍ଦକୁ ଅନ୍ୟ ଭାରତୀୟମାନଙ୍କ ଉପରେ ଲଦିବାର ଅଭ୍ୟାସ ପୂର୍ବରୁ ଗଭୀର ସମସ୍ୟା ସୃଷ୍ଟି କରିଛି। ଏବେ ସେମାନେ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଉପରେ ନିଜର ପସନ୍ଦ ଲଦି ଏହାକୁ ଆଉ ଏକ ପାଦ ଆଗକୁ ବଢାଇ ଦେଇଛନ୍ତି। ସେ କହିଥିଲେ ଯେ, ଭାରତ ଏକ ସମୃଦ୍ଧ, ବିବିଧ, ବହୁ-ପାକପ୍ରଣାଳୀ ବିଶିଷ୍ଟ ଦେଶ, ଯେଉଁଠାରେ କିଛି ଉତ୍କୃଷ୍ଟ ନିରାମିଷ ଖାଦ୍ୟ ରହିଛି ଯାହାର ସ୍ବାଦ ସାରା ବିଶ୍ୱର ଲୋକମାନେ ଉପଭୋଗ କରନ୍ତି। ତେବେ ମୋଦୀ ସରକାର ଭାରତର ସଂସ୍କୃତିର ଏହି ଦିଗକୁ କାହିଁକି ଲୁଚାଇବାକୁ ବାଛିଲେ‌ ବୋଲି ଖେଡା ପ୍ରଶ୍ନ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button