ଦେଶ ବିଦେଶ
India: ବିଦେଶୀ ମୁଦ୍ରା ଭଣ୍ଡାରରେ ଚତୁର୍ଥ ସ୍ଥାନକୁ ଉଠିଲା ଭାରତ: ରୁଷ୍କୁ ପଛରେ ପକାଇଲା-ଶୀର୍ଷରେ ଚୀନ, ଜାପାନ ଦ୍ବିତୀୟ, ସ୍ବିଜରଲାଣ୍ଡ୍ ତୃତୀୟ
ଭାରତ ବିଶ୍ବର ଚତୁର୍ଥ ବୃହତ୍ ବିଦେଶୀ ମୁଦ୍ରା ଭଣ୍ଡାର ଥିବା ରାଷ୍ଟ୍ରରେ ପରିଣତ ହୋଇଛି। ରୁଷ୍କୁ ପଛରେ ପକାଇ ଭାରତ ଏହି ସ୍ଥାନ ହାସଲ କରିଛି। ସେପ୍ଟେମ୍ବର ୪ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ରେକର୍ଡ ୪୪.୯ ବିଲିଅନ ଡଲାରର ବୃଦ୍ଧି ଘଟିବା ସହ ଏହା ୭୮୫.୭ ବିଲିଅନ ଡଲାରରେ ପହଞ୍ଚିଛି

ମୁମ୍ବାଇ: ଭାରତ ବିଶ୍ବର ଚତୁର୍ଥ ବୃହତ୍ ବିଦେଶୀ ମୁଦ୍ରା ଭଣ୍ଡାର ଥିବା ରାଷ୍ଟ୍ରରେ ପରିଣତ ହୋଇଛି। ରୁଷ୍କୁ ପଛରେ ପକାଇ ଭାରତ ଏହି ସ୍ଥାନ ହାସଲ କରିଛି। ସେପ୍ଟେମ୍ବର ୪ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ରେକର୍ଡ ୪୪.୯ ବିଲିଅନ ଡଲାରର ବୃଦ୍ଧି ଘଟିବା ସହ ଏହା ୭୮୫.୭ ବିଲିଅନ ଡଲାରରେ ପହଞ୍ଚିଛି। ଭାରତର ଉପରକୁ ଏବେ ଚୀନ, ଜାପାନ ଓ ସ୍ବିଜରଲାଣ୍ଡ୍ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ବୋଲି ବ୍ଲୁମବର୍ଗ ତଥ୍ୟରୁ ଜଣାଯାଇଛି।
ସୌଜନ୍ୟ ସମ୍ବାଦ




