ଦେଶ ବିଦେଶ
Donald Trump: ଟ୍ରମ୍ପଙ୍କୁ ସୁପ୍ରିମ୍ ଝଟକା ! ମଧ୍ୟାବଧି ନିର୍ବାଚନ ପୂର୍ବରୁ ଅଟକିଲା ଡାକ ଭୋଟ ଯୋଜନା
ଆମେରିକାର ରାଜନୀତିରେ ମଧ୍ୟାବଧି ନିର୍ବାଚନ ପୂର୍ବରୁ ଘଟିଛି ଏକ ବଡ଼ ଘଟଣା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାକ ମାଧ୍ୟମରେ ଭୋଟଦାନ ବ୍ୟବସ୍ଥା ଉପରେ କଡ଼ା ନିୟନ୍ତ୍ରଣ ଲଗାଇବା ଯୋଜନାକୁ ସୁପ୍ରିମ୍ କୋର୍ଟ ବର୍ତ୍ତମାନ ପାଇଁ ଖାରଜ କରିଦେଇଛନ୍ତି। ଏହି ରାୟକୁ ଟ୍ରମ୍ପଙ୍କ ପାଇଁ ଏକ ବଡ଼ ରାଜନୈତିକ ଝଟକା ବୋଲି ଦେଖାଯାଉଛି। ଟ୍ରମ୍ପ ପ୍ରଶାସନ ଚାହୁଁଥିଲା ଯେ, ସମସ୍ତ ରାଜ୍ୟ ଏକ ନିର୍ଦ୍ଦିଷ୍ଟ ମେଲ୍-ବାଲଟ୍ ବ୍ୟବସ୍ଥା ଅନୁସରଣ କରନ୍ତୁ।

ନୂଆଦିଲ୍ଲୀ: ଆମେରିକାର ରାଜନୀତିରେ ମଧ୍ୟାବଧି ନିର୍ବାଚନ ପୂର୍ବରୁ ଘଟିଛି ଏକ ବଡ଼ ଘଟଣା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାକ ମାଧ୍ୟମରେ ଭୋଟଦାନ ବ୍ୟବସ୍ଥା ଉପରେ କଡ଼ା ନିୟନ୍ତ୍ରଣ ଲଗାଇବା ଯୋଜନାକୁ ସୁପ୍ରିମ୍ କୋର୍ଟ ବର୍ତ୍ତମାନ ପାଇଁ ଖାରଜ କରିଦେଇଛନ୍ତି। ଏହି ରାୟକୁ ଟ୍ରମ୍ପଙ୍କ ପାଇଁ ଏକ ବଡ଼ ରାଜନୈତିକ ଝଟକା ବୋଲି ଦେଖାଯାଉଛି। ଟ୍ରମ୍ପ ପ୍ରଶାସନ ଚାହୁଁଥିଲା ଯେ, ସମସ୍ତ ରାଜ୍ୟ ଏକ ନିର୍ଦ୍ଦିଷ୍ଟ ମେଲ୍-ବାଲଟ୍ ବ୍ୟବସ୍ଥା ଅନୁସରଣ କରନ୍ତୁ। ଏଥିପାଇଁ ଭୋଟରଙ୍କ ତଥ୍ୟକୁ ଏକ ଅନଲାଇନ୍ ପ୍ଲାଟଫର୍ମରେ ଦାଖଲ କରିବା ଏବଂ ନିୟମ ନ ମାନିଲେ ମେଲ୍ ମତପତ୍ର ଯୋଗାଣ ବନ୍ଦ କରିବାର ବ୍ୟବସ୍ଥା ଥିଲା।
ସୌଜନ୍ୟ ସମ୍ବାଦ



