US Supreme Court: ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା: ଡାକ ଭୋଟ କଟକଣାକୁ ଆମେରିକା ସୁପ୍ରିମକୋର୍ଟ ଖାରଜ କଲେ
ମେଲ୍-ଇନ୍ ବାଲଟ ବା ଡାକ ଭୋଟକୁ ଟାର୍ଗେଟ କରି ଏକ ନିୟମ ଲାଗୁ କରିବା ପାଇଁ ଆମେରିକା ଡାକ ସେବାକୁ ଅନୁମତି ଦେବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ୱାସିଂଟନ: ମେଲ୍-ଇନ୍ ବାଲଟ ବା ଡାକ ଭୋଟକୁ ଟାର୍ଗେଟ କରି ଏକ ନିୟମ ଲାଗୁ କରିବା ପାଇଁ ଆମେରିକା ଡାକ ସେବାକୁ ଅନୁମତି ଦେବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ନଭେମ୍ବରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଆମେରିକୀୟମାନେ ଡାକ ମାଧ୍ୟମରେ ଭୋଟ ଦେବାର ପଦ୍ଧତିକୁ ନାଟକୀୟ ଭାବରେ ପରିବର୍ତ୍ତନ କରିବା ପାଇଁ ଟ୍ରମ୍ପ ପ୍ରଶାସନର ଯୋଜନାକୁ ସୁପ୍ରିମକୋର୍ଟ ଅବରୋଧ କରିଛନ୍ତି। ଏହା ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛି। ସେ ଦୀର୍ଘ ଦିନ ଧରି ବିନା ପ୍ରମାଣରେ ଦାବି କରି ଆସୁଛନ୍ତି ଯେ ଡାକ ଭୋଟିଂରେ ବ୍ୟାପକ ଜାଲିଆତି ହେଉଛି। ୨୦୨୪ ନିର୍ବାଚନ ସମୟରେ ମଧ୍ୟ ନିଜେ ମେଲ୍ ମାଧ୍ୟମରେ ଭୋଟ ଦେବା ସତ୍ତ୍ୱେ ଏହି ପଦ୍ଧତିରେ ବ୍ୟାପକ ନିର୍ବାଚନ ଜାଲିଆତି ହେଉଥିବା ଦାବିକୁ ଦୋହରାଇ ଆସୁଛନ୍ତି। କୋର୍ଟରେ ନିଯୁକ୍ତ ଟ୍ରମ୍ପଙ୍କ ତିନି ଜଣ ବିଚାରପତିଙ୍କ ମଧ୍ୟରୁ ଜଣେ ମଧ୍ୟ ଏନେଇ ବିରୋଧୀ ମତ ଦେଇ ନଥିଲେ। ଏହି ରାୟ ଡେମୋକ୍ରାଟିକ୍ ନେତୃତ୍ୱାଧୀନ ରାଜ୍ୟ ଏବଂ ଭୋଟ ଅଧିକାର ଗୋଷ୍ଠୀଗୁଡ଼ିକ ପାଇଁ ଏକ ବଡ଼ ବିଜୟ। ସେମାନେ ଯୁକ୍ତି ଦେଇଛନ୍ତି ଯେ, ଟ୍ରମ୍ପଙ୍କ ଯୋଜନ ଅଣସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାର ଅସ୍ତିତ୍ୱ ପାଇଁ ବିପଦ ସୃଷ୍ଟି କରିଥାନ୍ତା।
ସୌଜନ୍ୟ ସମ୍ବାଦ



