ଜିଲ୍ଲା

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ.୩୨୧/୨୬) ରୁଜୁ କରି ଅଭିଯୁକ୍ତ ସିଙ୍ଗରାୟ ମୁଣ୍ଡା (୨୧)ଙ୍କୁ ଅଟକ ରଖିଛି।
ଅନୁଯାୟୀ, ମା’ ଓ ବାପା ମୟୂରଭଞ୍ଜ ଯଶୀପୁର ଅଞ୍ଚଳକୁ କାମ କରିବାକୁ ଯାଇଥିବାବେଳେ ଶିଶୁ କନ୍ୟା ଜଣଙ୍କ ତାଙ୍କ ବଡ଼ ମା’ଙ୍କ ନିକଟରେ ରହୁଥିଲେ। ଗତ ମଙ୍ଗଳବାର ଅଭିଯୁକ୍ତ ତାଙ୍କୁ ବିସ୍କୁଟ ଦେବାକୁ କହି ଘର ପଛପଟକୁ ନେଇ ବଳାତ୍କାର କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଏନେଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ କିରଣ ପ୍ରାସାଦ ସାହୁ କହିଛନ୍ତି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button