ଦେଶ ବିଦେଶ

ୟୁରୋପକୁ ଅଶୋଧିତ ତୈଳ ଦେବନି ସାଉଦି

ରିୟାଦ: ୟୁରୋପୀୟ ଦେଶଗୁଡ଼ିକୁ ଆସନ୍ତା ମାସ ପାଇଁ ଅଶୋଧିତ ତୈଳ ଯୋଗାଣ କରିବାକୁ ସାଉଦି ଆରବ ମନା କରିଦେଇଛି। ଅତିକମରେ ୟୁରୋପର ଦୁଇ ତୈଳ ବିଶୋଧନାଗାରକୁ ସାଉଦିର ଆରାମକୋ କମ୍ପାନୀ ଏହି ସୂଚନା ଦେଇଛି। ଗତ ୧୧ ତାରିଖରେ ହୁତି ବିଦ୍ରୋହୀଙ୍କ ଡ୍ରୋନ ଆକ୍ରମଣରେ ପୂର୍ବ-ପଶ୍ଚିମ ପାଇପଲାଇନର ତିନିଟି ପମ୍ପିଂ ଷ୍ଟେସନ କ୍ଷତିଗ୍ରସ୍ତ ହୋଇଥିଲା। ଏହା ଫଳରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଏବେ ଏହି ଆକ୍ରମଣର ପ୍ରଭାବ ୟୁରୋପୀୟ ଦେଶଗୁଡ଼ିକ ଉପରେ ପଡ଼ିବାକୁ ଯାଉଛି। ଆମେରିକା ହୁତି ବିଦ୍ରୋହୀଙ୍କ ସହ ଗୁପ୍ତ ବୁଝାମଣା କରିଥିବାରୁ ମୁକାବିଲା ପାଇଁ ବି ସାଉଦିକୁ ସହଯୋଗ କରୁନାହିଁ। ସୂଚନାଯୋଗ୍ୟ ଯେ ସାଉଦିର ଏହି ପାଇପଲାଇନର ଲମ୍ବ ୧୨୦୦ କିମି। ଏହା ଦେଶର ପୂର୍ବ ଭାଗରୁ ଲୋହିତ ସାଗର ପର୍ଯ୍ୟନ୍ତ ତୈଳ ପହଞ୍ଚାଇ ଥାଏ। ପରେ ସେଠାରୁ ଏହି ତୈଳକୁ ଅନ୍ୟ ଦେଶକୁ ପଠାଯାଏ।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button