ରାଜ୍ୟ

‘ପ୍ରଳୟ’ର ସଫଳ ପରୀକ୍ଷା

ଧାମରା: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (ଡିଆର୍‌ଡିଓ) ପକ୍ଷରୁ ସ୍ବଳ୍ପ ଦୂରଗାମୀ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ‘ପ୍ରଳୟ’ର ଶୁକ୍ରବାର ଦୁଇଥର ପରୀକ୍ଷା ହୋଇଛି। ଭଦ୍ରକ ଜିଲା ଧାମରାସ୍ଥିତ କଲାମ ଦ୍ୱୀପର ‘ଆଇଟିଆର’ ଲଞ୍ଚ କ‌େ​‌ମ୍ପ୍ଲକ୍ସରୁ ସକାଳ ୯ଟାରେ ଏହି କ୍ଷେପଣାସ୍ତ୍ର ଲଗାତାର ଦୁଇଥର ଉତ୍‌କ୍ଷେପଣ କରାଯାଇଥିଲା। ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ନିକ୍ଷେପ ହେଉଥିବା ଏହି କ୍ଷେପଣାସ୍ତ୍ରର ୧୫୦କିମିରୁ ୫ଶହ କିମି ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି। ୭.୫ ମିଟର ଲମ୍ବ, ୧ ଫୁଟ୍‌ ୫ଇଞ୍ଚ ବ୍ୟାସାର୍ଦ୍ଧ ମୋଟେଇ ତଥା ୫ଟନ୍‌ ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ୧ ହଜାର କେଜିର ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରହିଛି।
କଠିନ ଇନ୍ଧନ ବ୍ୟବହୃତ ହେଉଥିବା ଏହି କ୍ଷେପଣାସ୍ତ୍ରକୁ ୩୩୩ କୋଟି ଟଙ୍କା ବ୍ୟୟରେ ୨୦୧୫ ମସିହାରେ ତିଆରି କରାଯାଇଥିଲା। ଏହା ରୋଡ୍‌ ଲଞ୍ଚରରୁ ବି ନିକ୍ଷେପ କରାଯାଇପାରିବ ବୋଲି ଡିଆରଡିଓ ବୈଜ୍ଞାନିକ ସୂଚନା ଦେଇଛନ୍ତି। ଉତ୍‌କ୍ଷେପଣ ବେଳେ ୩ ସ୍ପିଡ୍‌ରେ ଏହି କ୍ଷେପଣାସ୍ତ୍ର କରୁଥିବା ଗତିକୁ ଫାଇବର ଅପଟିକୋ ଗାଇରୋ ନାଭିଗେସନ୍‌ ସିଷ୍ଟମ, ଜିପିଏସ ଏବଂ ନାଭିକ ସାଟେଲାଇଟ୍‌ ଦ୍ବାରା ଗାଇଡ୍‌ କରାଯାଇଥାଏ। ଆଜିର ପରୀକ୍ଷାର କିଛି ସମୟ ମଧ୍ୟରେ ହୋଇଥିବା ବିସ୍ଫୋରଣରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିଲେ। ପରେ ପ୍ରତିରକ୍ଷା ବିଭାଗର ଏକ ହେଲିକପ୍ଟର ଆକାଶ ମାର୍ଗରେ ବୁଲି ସ୍ଥିତି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଥିଲା।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button