ଦେଶ ବିଦେଶ

SIR notices: ଜୟଶଙ୍କର, ସିବିଆଇ ନିର୍ଦ୍ଦେଶକ ଓ ପୂର୍ବତନ ସେନାମୁଖ୍ୟଙ୍କୁ ଏସ୍‌ଆଇଆର ନୋଟିସ୍‌

ଦିଲ୍ଲୀ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅଧୀନରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ୍‌ ଏବଂ ପୂର୍ବତନ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସମେତ ଅନେକ ଅତି ବିଶିଷ୍ଟ ବ୍ୟକ୍ତିଙ୍କୁ ନିର୍ବାଚନ...

ନୂଆଦିଲ୍ଲୀ: ଦିଲ୍ଲୀ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅଧୀନରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ୍‌ ଏବଂ ପୂର୍ବତନ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସମେତ ଅନେକ ଅତି ବିଶିଷ୍ଟ ବ୍ୟକ୍ତିଙ୍କୁ ନିର୍ବାଚନ କମିସନ ନୋଟିସ ଜାରି କରିଛନ୍ତି। ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଏହି ଯାଞ୍ଚ ପ୍ରକ୍ରିୟାରେ ତଥ୍ୟ ମେଳ ନଖାଇବା ଏବଂ ଅନ୍-ମ୍ୟାପ୍‌ଡ ନାମ ରହିଥିବାରୁ ଏହି ପଦକ୍ଷେପ ନିଆଯାଇଛି। କେନ୍ଦ୍ରମନ୍ତ୍ରୀ ଜୟଶଙ୍କର ଏବଂ ତାଙ୍କ ପତ୍ନୀ କ୍ୟୋକୋ ଏସ୍‌ ଜୟଶଙ୍କରଙ୍କୁ ‘ଗତ ଏସ୍‌ଆଇଆର୍‌ ସହ ଅନ୍-ମ୍ୟାପ୍‌ଡ’ ଶ୍ରେଣୀରେ ରଖାଯାଇଛି। ଏହା ଦର୍ଶାଉଛି ଯେ ସେମାନଙ୍କ ବର୍ତ୍ତମାନର ଭୋଟର ତଥ୍ୟ ୨୦୦୨ର ପୂର୍ବ ସଂଶୋଧନ ତାଲିକା ସହ ଯୋଡ଼ି ହୋଇପାରି ନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button