ଦେଶ ବିଦେଶ
Congress: କହ୍ନେୟାଙ୍କୁ ବେଣୁଗୋପାଳଙ୍କ କଡ଼ା ତାଗିଦ୍; କଂଗ୍ରେସର ରାତିଅଧିଆ ବୈଠକ
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ (ଡିୟୁଏସ୍ୟୁ) ନିର୍ବାଚନରେ କଂଗ୍ରେସର ଛାତ୍ର ସଂଗଠନ ଏନ୍ଏସୟୁଆଇ ପ୍ରାର୍ଥୀମାନଙ୍କର ଶୋଚନୀୟ ପରାଜୟ ଘଟିଛି। ନିର୍ବାଚନର ଚାରୋଟିଯାକ ପଦରେ ସଂଗଠନର ପ୍ରାର୍ଥୀମାନେ ପରାଜିତ ହୋଇଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ (ଡିୟୁଏସ୍ୟୁ) ନିର୍ବାଚନରେ କଂଗ୍ରେସର ଛାତ୍ର ସଂଗଠନ ଏନ୍ଏସୟୁଆଇ ପ୍ରାର୍ଥୀମାନଙ୍କର ଶୋଚନୀୟ ପରାଜୟ ଘଟିଛି। ନିର୍ବାଚନର ଚାରୋଟିଯାକ ପଦରେ ସଂଗଠନର ପ୍ରାର୍ଥୀମାନେ ପରାଜିତ ହୋଇଛନ୍ତି। ସଭାପତି ପଦବି ସମେତ ତିନୋଟି ଆସନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ହାତେଇଥିବା ବେଳେ ଏନ୍ଏସୟୁଆଇର ବିଦ୍ରୋହୀ ପ୍ରାର୍ଥୀ ଦୀପାଂଶୁ ଶୌକିନ୍ ସ୍ୱାଧୀନ ଭାବେ ଲଢ଼ି ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଆରମ୍ଭରୁ ପ୍ରାର୍ଥୀ ଚୟନକୁ ନେଇ ଗମ୍ଭୀର ବିବାଦ ସୃଷ୍ଟି ହୋଇଥିଲା। ଶକ୍ତିଶାଳୀ ଦାବିଦାର ଦୀପାଂଶୁଙ୍କୁ ଉପସଭାପତି ଟିକେଟ୍ ନମିଳିବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ।
ସୌଜନ୍ୟ ସମ୍ବାଦ




