ଦେଶ ବିଦେଶ
Uttrakhand: ବାର୍ଷିକ ୨୩ ମିଟର ତରଳୁଛି ଉତ୍ତରାଖଣ୍ଡ ହିମବାହ
ଉତ୍ତରାଖଣ୍ଡର କେନ୍ଦ୍ରୀୟ ହିମାଳୟ ଅଞ୍ଚଳରେ ଥିବା ହିମବାହଗୁଡ଼ିକ ବାର୍ଷିକ ହାରାହାରି ୨୩.୨୩ ମିଟର ହାରରେ ତରଳି ପଛକୁ ହଟୁଛନ୍ତି। କେତେକ ଅଞ୍ଚଳରେ ଏହି କ୍ଷୟ ହାର ବାର୍ଷିକ ୮୮ ମିଟର ପର୍ଯ୍ୟନ୍ତ ପହଞ୍ଚିଛି।

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର କେନ୍ଦ୍ରୀୟ ହିମାଳୟ ଅଞ୍ଚଳରେ ଥିବା ହିମବାହଗୁଡ଼ିକ ବାର୍ଷିକ ହାରାହାରି ୨୩.୨୩ ମିଟର ହାରରେ ତରଳି ପଛକୁ ହଟୁଛନ୍ତି। କେତେକ ଅଞ୍ଚଳରେ ଏହି କ୍ଷୟ ହାର ବାର୍ଷିକ ୮୮ ମିଟର ପର୍ଯ୍ୟନ୍ତ ପହଞ୍ଚିଛି। ନିକଟରେ ‘ଡିସ୍କଭର ଜିଓସାଇନ୍ସ’ ପତ୍ରିକାରେ ପ୍ରକାଶିତ ଏକ ଗବେଷଣାତ୍ମକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଡେରାଡୁନ୍ସ୍ଥିତ ୱାଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହିମାଲୟନ୍ ଜିଓଲୋଜିର ମନୀଷ ମେହେଟ୍ଟା ଏବଂ ୟୁନିଭରସିଟି ଅଫ୍ ପେଟ୍ରୋଲିୟମ୍ ଆଣ୍ଡ୍ ଏନର୍ଜି ଷ୍ଟଡିଜ୍ (ୟୁପିଇଏସ୍)ର ଗବେଷକ ଜ୍ୟୋତି କୁମାରୀ, ଗିରୀଶ ସି. କୋଠିୟାରୀ ଓ ଅତୁଲ କୁମାର ପଟେଦାରଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି। ୧୯୯୦ରୁ ୨୦୨୪ ମସିହା ପର୍ଯ୍ୟନ୍ତ ଦୀର୍ଘ ୩୪ ବର୍ଷର ଉପଗ୍ରହ ଚିତ୍ର ଓ ପ୍ରତ୍ୟକ୍ଷ ନିରୀକ୍ଷଣକୁ ଆଧାର କରି ଏହି ଗବେଷଣା କରାଯାଇଛି।
ସୌଜନ୍ୟ ସମ୍ବାଦ




