ଦେଶ ବିଦେଶ

UGC Bill protest: ଫିରୋଜାବାଦରେ ପୁଲିସ ସହ ଧସ୍ତାଧସ୍ତି, ୩ ଆହତ, ଆଗ୍ରାରେ ଟ୍ରାକ୍ଟର ମାର୍ଚ୍ଚ

ୟୁଜିସି ବିଲ୍‌କୁ ବିରୋଧ କରି ରବିବାର ପଶ୍ଚିମ ଉତ୍ତରପ୍ରଦେଶର ଆଗ୍ରା ଓ ଫିରୋଜାବାଦରେ ବିକ୍ଷୋଭ ତୀବ୍ର ହୋଇଛି। ଉଭୟ ସହରରେ ବହୁ ସଂଖ୍ୟାରେ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇଥିଲେ। ଫିରୋଜାବାଦରେ ପ୍ରଦର୍ଶନକାରୀ ବ୍ୟାରିକେଡ୍‌ ହଟାଇ ଆଗକୁ...

ଫିରୋଜାବାଦ: ୟୁଜିସି ବିଲ୍‌କୁ ବିରୋଧ କରି ରବିବାର ପଶ୍ଚିମ ଉତ୍ତରପ୍ରଦେଶର ଆଗ୍ରା ଓ ଫିରୋଜାବାଦରେ ବିକ୍ଷୋଭ ତୀବ୍ର ହୋଇଛି। ଉଭୟ ସହରରେ ବହୁ ସଂଖ୍ୟାରେ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇଥିଲେ। ଫିରୋଜାବାଦରେ ପ୍ରଦର୍ଶନକାରୀ ବ୍ୟାରିକେଡ୍‌ ହଟାଇ ଆଗକୁ ବଢ଼ିବାକୁ ଉଦ୍ୟମ କରିବାବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଥିଲେ ମଧ୍ୟ ପୁଲିସ କିମ୍ବା ପ୍ରଶାସନ ପକ୍ଷରୁ ଏହାର ଆନୁଷ୍ଠାନିକ ପୁଷ୍ଟି କରାଯାଇନାହିଁ।

ଅଖିଳ ଭାରତୀୟ ବ୍ରାହ୍ମଣ ମହାସଭାର ଆହ୍ୱାନରେ ଫିରୋଜାବାଦର ଗାନ୍ଧୀ ପାର୍କରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେବା ସହ ସେମାନେ ୟୁଜିସି ବିଲ୍‌ ବିରୋଧରେ ନାରା ଦେଇଥିଲେ। ପରେ ଜିଲ୍ଲା ମୁଖ୍ୟାଳୟ ଆଡ଼କୁ ଯିବା ପାଇଁ ଶୋଭାଯାତ୍ରା ବାହାରିଥିଲା। ବିବେକାନନ୍ଦ ଛକରେ ପୁଲିସ ସେମାନଙ୍କୁ ଅଟକାଇବାରୁ ବ୍ୟାରିକେଡ୍‌ ହଟାଇବାକୁ ନେଇ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ପ୍ରଦର୍ଶନକାରୀମାନେ ନିଜର ଦାବିପତ୍ର ପୁଲିସ ଛଡ଼ାଇ ନେଇଥିବା ଅଭିଯୋଗ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ୪ଟି ଥାନାର ପୁଲିସକୁ ଘଟଣାସ୍ଥଳକୁ ଡକାଯାଇଥିଲା।

ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୁଷ୍ଟ ପ୍ରଦର୍ଶନକାରୀମାନେ ବିବେକାନନ୍ଦ ଛକରେ ବସି ନାରାବାଜି କରିଥିଲେ। ଏହା ଫଳରେ ସହରର ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ ଆହତ ହୋଇଥିବା କିଛି ପ୍ରଦର୍ଶନକାରୀ ପୁଣି ଗାନ୍ଧୀ ପାର୍କରେ ଧାରଣା ଦେଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଯାଇଥିବା ରିପୋର୍ଟ ହୋଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button